ନୂର ଖାନ୍ ଏୟାରବେସରେ ମିସାଇଲ୍ ମାଡ଼କୁ ପାକିସ୍ତାନର ସ୍ୱୀକାର
ସତ ମାନିଲା ପାକିସ୍ତାନ । ଆକ୍ରମଣକୁ ପାକ୍ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକାର । ବାୟୁସେନାର ଆକ୍ରମଣକୁ ମାନିଲେ ସେହୱାଜ ସରିଫ୍ । ନୂର ଖାନ୍ ଏୟାରବେସରେ ମିସାଇଲ୍ ମାଡ଼କୁ ସ୍ୱୀକାର । ଆର୍ମି ମୁଖ୍ୟ ଅସିମ୍ ମୁନିର ରାତି ୨ଟା ୩୦ରେ ଫୋନ୍ କରିଥିଲେ । ଭାରତ ବାଲାଷ୍ଟିକ୍ ମିସାଇଲ ମାଡ଼ କରିଥିବା ଜଣାଇଥିଲେ । ଅପରେସନ୍ ସିନ୍ଦୂରରେ ପାକିସ୍ତାନ ଉପରେ ଭାରତର ପ୍ରହାର ବିଷୟରେ ସତ ମାନିଛି ପାକିସ୍ତାନ। ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଥିବା ମାନିଛି ପାକିସ୍ତାନ। ଭୟଙ୍କର କ୍ଷତି ସହିଥିବାର ଶେଷରେ ମାନିଛି। ପୂର୍ବରୁ ଏକଥାକୁ ବାରମ୍ବାର ଅସ୍ୱୀକାର କରି ଆସୁଥିଲା। ଶେହବାଜ ଶରିଫଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ କହୁଛନ୍ତି, ଗତ ୯ ଓ ୧୦ ତାରିଖ ରାତି ପାଖାପାଖି ସାଢ଼େ ୨ଟା ବେଳେ ଜେନେରାଲ୍ ଅସୀମ ମୁନୀର ତାଙ୍କୁ ଫୋନ୍ କରି ଜଣାଇଥିଲେ ଯେ ଭାରତ ବାଲିଷ୍ଟିକ ମିସାଇଲ୍ ଲଞ୍ଚ କରିଛି। ଯାହା ନୂରଖାନ୍ ଏୟାରବେସକୁ ହିଟ୍ କରିଛି। ଏଥିସହ ଆଉ କିଛି ଅଞ୍ଚଳରେ ବି ପଡ଼ିଛି କ୍ଷେପଣାସ୍ତ୍ର। ସୂଚନାଯୋଗ୍ୟ, ମିସାଇଲ ମାଡ଼ କରି ନୂର ଖାନ ଏୟାରବବେସରେ ଭୟଙ୍କର କ୍ଷତି କରିଥିବା ପୂର୍ବରୁ ଭାରତ ଦାବି କରିଥିଲା। ଏହାର ସାଟେଲାଇଟ୍ ଫଟୋ ସହ ପ୍ରମାଣ ବି ଦେଇଥିଲା ଭାରତ। ହେଲେ ସତ ମାନୁ ନଥିଲା ପାକିସ୍ତାନ। ପ୍ରଥମ ଥର ସତ ମାନିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ।
