ଆଡ଼ପ ପହଣ୍ଡି ବେଳେ ଅଘଟଣ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାଁରେ ଏତଲା

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାଁରେ ଏତଲା

ଆଡପ ପହଣ୍ଡି ଅଘଟଣ ନେଇ କ୍ୟାପିଟାଲ ଥାନାରେ ଏତଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଲା ଭୁବନେଶ୍ୱର ବାର ଆସୋସିଏସନ । ଅଘଟଣ ନେଇ ତୁରନ୍ତ ମାମଲା ରୁଜୁ କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ପହଣ୍ଡି ବିଜେ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ରହିବା କଥା । କିନ୍ତୁ ସେ ଦାୟିତ୍ୱରେ ଅବହେଳା କରିଛନ୍ତି । ପହଣ୍ଡି ସମୟରେ ଅନେକ ଅନଧିକୃତ ସେବାୟତ ରହିଥିଲେ । ସମନ୍ୱୟ ଅଭାବ ରହିବା ସହ ଅଭାବନୀୟ ଘଟଣା ଘଟିଲା । ମହାପ୍ରଭୁ ବଳଭଦ୍ର ଚାରମାଳ ଉପରେ ପଡ଼ିଯିବା ଇତିହାସରେ ପ୍ରଥମ । ଏଭଳି ଘଟଣା ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ଧର୍ମୀୟ ଭାବନାକୁ କୁଠାରଘାତ କରିଛି। ଏହା ମନୁଷ୍ୟକୃତ ଦାୟୀତ୍ବ ହୀନତା। ତେଣୁ ଦୋଷୀ ମୁଖ୍ୟ ପ୍ରଶାସକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ଆଇନଜୀବୀ । ତେବେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।