ପଙ୍କରେ ପଦ୍ମ ରମେଶ , ଚୀନରେ ଜିତିଲେ ସ୍ଵର୍ଣ୍ଣ ପଦକ

ଏସୀୟ ୱୁସୁ ଚାମ୍ପିଅନସିପରେ ଭାରତର ନାଁ ରଖିଲେ ରମେଶ

ଯାଜପୁର ପାଇଁ ଗୌରବ ଆଣିଲେ ରମେଶ ମୁଣ୍ଡା । ସବ୍-ଜୁନିଅର ଏସୀୟ ୱୁସୁ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତି ସାରା ଦେଶର ନାଁ ଉଚ୍ଚ କରିଛନ୍ତି ରମେଶ । ଏଥିପାଇଁ ଜିନ୍ଦଲ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ବଡ଼ବିଲ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲରେ ରହି ପାଠ ପଢନ୍ତି ରମେଶ । ଏହାସହ ଖେଳକୁଦରେ ମଧ୍ୟ ବେସ ଆଗ୍ରହୀ ଥିବା ରମେଶ ୭ ବର୍ଷ ବୟସରେ ୱଶୁରେ ତାଲିମ ଆରମ୍ଭ କରିଥିଲେ । ଏବେ କିଛି ଦିନ ତଳେ ଚୀନ୍‌ର ମାକାଓରେ ଅନୁଷ୍ଠିତ ଏକାଦଶ ସବ୍-ଜୁନିଅର ଏସୀୟ ୱୁସୁ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି।

ରମେଶଙ୍କ ଯାଜପୁର ଜିଲ୍ଲା ସିଆଲିଜୋଡା ଗାଁର ଏକ ଗରିବ ଆଦିବାସୀ ପରିବାରରୁ ଆସିଥିବା ବେଳେ ପଙ୍କରୁ ପଦ୍ମଫୁଟିବା ପରି ଆଜି ସାରା ଦେଶ ପାଇଁ ଆଣିଛନ୍ତି ଗୌରବ । ତାଙ୍କୁ ଜେଏସପି ଫାଉଣ୍ଡେସନ ଦ୍ୱାରା ଚିହ୍ନଟ କରାଯାଇଥିଲା ଏବଂ ତାଙ୍କୁ ତାଲିମ ଏବଂ ସହାୟତା ଯୋଗାଇ ଦିଆଯାଇଥିଲା। ରମେଶ ମୁଣ୍ଡା ପୂର୍ବରୁ ରାଜ୍ୟ ତଥା ଜାତୀୟ ସ୍ତରୀୟ ଟୁର୍ନାମେଣ୍ଟରେ ପଦକ ଜିତିଥିବା ଦେଖିବାକୁ ମିଳିଛି ।