ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଚାଲିବ ଧାନ କିଣା
ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଚାଲିବ ଧାନ କିଣା । ଏନେଇ ଆଜି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି । ଏପର୍ଯ୍ୟଡ଼୍ତ ୧୦ଲକ୍ଷ ୫୦ହଜାର ମେଟ୍ରିକ ଟନ୍ ଧାନ କିଣା ହୋଇଥିବା ବେଳେ ୨ଲକ୍ଷ ୩୦ହଜାର ଚାଷୀ ଧାନ ବିକିଛନ୍ତି । ୧୮ଜିଲାରେ ଚାଲିଛି ଧାନ କିଣା, ୧୧ଲକ୍ଷ ଚାଷୀଙ୍କୁ ଟୋକନ ଦିଆଯାଇଛି । ଏହାସହିତ ଚାଷୀଙ୍କ ଆକାଉଣ୍ଟକୁ ୨୩୫୦କୋଟି ଟଙ୍କା ଯାଇଛି । ସବୁ ଚାଷୀଙ୍କ ଧାନ କିଣିବୁ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।
