ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ, ୩ରୁ ୪ ଜଣ ଗୁରୁତର
ଭୁବନେଶ୍ୱର ସ୍ଥିତ ହାଇଟେକ ହସ୍ପିଟାଲରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୩ରୁ ୪ ଜଣ ଗୁରୁତର ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ମେଡିକାଲ ଭିତରେ ଏସି ଫିଲିଂ ବେଳେ ସ୍ପାର୍କିଂ ହୋଇ ବିସ୍ଫୋରଣ ହୋଇଥିବାର କୁହାଯାଉଛି । ଏନେଇ ହାଇଟେକ୍ ହସ୍ପିଟାଲର ଜନ ସଂପର୍କ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ନେଇ ଓଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ହାଇଟେକ୍ ହସ୍ପିଟାଲ ପିଆର୍ଓ। ସେ କହିଛନ୍ତି ଏସିରେ ଗ୍ୟାସ୍ ଫିଲିଂ ବେଳେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ୩ରୁ ୪ ଜଣ ସାମାନ୍ୟ ଆହତ ହୋଇଛନ୍ତି। କୌଣସି ଅକ୍ସିଜେନ୍ ସିଲିଣ୍ଡରରେ ବିସ୍ଫୋରଣ ଘଟିନାହିଁ। ସାମାନ୍ୟ ଆହତ ୩/୪ ଜଣ ହାଇଟେକ୍ ହସ୍ପିଟାଲରେ ଚିକିତ୍ସାଧୀନ ହେଉଛନ୍ତି ବୋଲି କହିଛନ୍ତି ହାଇଟେକ୍ ହସ୍ପିଟାଲ ପିଆରଓ।