OSRTC ସିଏଓ ବିଜୟ କୁମାର ମଙ୍ଗରାଜ ଗିରଫ

ବିଜୟ କୁମାର ମଙ୍ଗରାଜ ଗିରଫ

OSRTC ସିଏଓ ବିଜୟ କୁମାର ମଙ୍ଗରାଜ ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଓଏସଆରଟିସିର ବିତ୍ତୀୟ ପରାମର୍ଶଦାତା ତଥା ମୁଖ୍ୟ ଆକାଉଣ୍ଟସ ଅଫିସର ବିଜୟ ମଙ୍ଗରାଜଙ୍କ ଘରେ ଗତକାଲି ଚଢ଼ାଉ କରିଥିଲା ଭିଜିଲାନ୍ସ । ଘର ସମେତ ୭ ଟି ସ୍ଥାନରେ ରେଡ଼ କରିଥିଲା ଭିଜିଲାନ୍ସ । ଯେଉଁଥିରେ ରହିଛି ଜେଡ ଅପର୍ଟମେଂଟର ଏକ ଫ୍ଲାଟ, ପଳାଶୁଣିରେ ଦୁଇଟି ଘର, ବାରିପଦାରେ ଘର, ଖାରବେଳଭବନରେ ଥିବା ଅଫିସ, ଇଡକୋ ଟାୱାରରେ ଥିବା ଅଫିସ, OSRTC ଅଫିସରେ ମଧ୍ୟ ଚଢ଼ାଉ କରିଥିଲା ଭିଜିଲାନ୍ସ ।ସେହିପରି କେରଳର ଏର୍ଣ୍ଣାକୁଲମରେ ଏକ ଦି ମହଲା ବିଲଡିଂ ରହିଛି। ତଦନ୍ତ ବେଳେ ଜଣା ପଡ଼ିଛି, ୧୯୯୧ ରୁ ଚାକିରୀ କରିଥିଲେ ବିଜୟ । ୨୦୨ ରେ ଚାକିରୀରୁ ଅବସର ନେବାକୁ ଥିବାବେଳେ ଏବେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ବିଜୟ କୁମାର ମଙ୍ଗରାଜ । ସେହିପରି ତାଙ୍କର ଦୁଇଟି କାର ଓ ଭୁବନେଶ୍ବରରେ ଦୁଇଟି ପ୍ଲଟ ଥିବା ଜଣାଯାଇଛି । ୫ ଶହ ଗ୍ରାମ ସୁନା ଅଳଙ୍କାର ଜବତ କରିଛି ଭିଜିଲାନସ । ବିଜୟ ମଙ୍ଗରାଜଙ୍କର ଏକ କୋଟି ୪୭ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରହିଛି । ଏନେଇ ଭୁବନେଶ୍ବର ଭିଜିଲାନସରେ ଏକ ମାମଲା ରୁଜୁ ହୋଇଛି ।

Leave a Reply

Your email address will not be published. Required fields are marked *