ହାତୀ ମୃତ୍ୟୁ: ଜବାବ ମାଗିଲେ ହାଇକୋର୍ଟ
ରେଢାଖୋଲରେ ହାତୀ ମୃତ୍ୟୁ ମାମଲା। ନିଜ ଆଡୁ ଜନସ୍ଵାର୍ଥ ମାମଲା ଦାୟର କଲେ ହାଇକୋର୍ଟ। ସରକାରଙ୍କୁ ମଧ୍ୟ ଜବାବ ତଲବ କରିଛନ୍ତି। ସେପଟେ ଆକ୍ସନ ମୋଡରେ ବନ ବିଭାଗ । ୩ କ୍ଷେତ୍ର ବନ କର୍ମଚାରୀଙ୍କୁ ସସପେଣ୍ତ କଲା ବନ ବିଭାଗ । ସେହିପରି ୨ ବରିଷ୍ଠ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ।ସେହିପରି ଚିହ୍ନଟ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଫେରାର ଅଭିଯୁକ୍ତକୁ ପୋଲିସ ସହାୟତାରେ ବନ ବିଭାଗ ପକ୍ଷରୁ ଧରିବାକୁ ପ୍ରୟାସ ଜାରି ରହିଛି । ଡିଏଫଓ ଓ ରେଞ୍ଜ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବନ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ଆଜି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରେ । ଅନ୍ୟପଟେ ହାତୀ ମୃତ୍ୟୁ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହର ଚରଣ ମାଝୀ ।