ମହାପ୍ରଭୁଙ୍କ ପାଖରେ ଲାଗି ହେଲା ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ
ମହାପ୍ରଭୁଙ୍କ ପାଖରେ ଲାଗି ହେଲା ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ। ମଧ୍ୟାହ୍ନ ଧୂପରେ ଭୋଗ ଲାଗିଲା ଅମୃତ ଅନ୍ନ। ପାଞ୍ଚ ପ୍ରକାର ଜୈବିକ ଚାଉଳରେ ପ୍ରସ୍ତୁତ ହୋଇଥିଲା ଅନ୍ନ। ସେଥି ମଧ୍ୟରୁ ଗୋବିନ୍ଦ ଭୋଗ ଚାଉଳ ଓ ଝିଲ୍ଲୀ ଚାଉଳକୁ କୋଠଭୋଗରେ ବ୍ୟବହୃତ କରିବା ପାଇଁ ମୋହର ମାରିଲା ଶ୍ରୀମନ୍ଦିର ପ୍ରଶାସନ। ଏହି ମହାପ୍ରସାଦକୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ସୁଆର ମହାସୁଆର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ସେବନ କରିଥିଲେ। ଆଗାମୀ ଦିନରେ ଏହି ସବୁ ଚାଉଳକୁ ଅଧିକ ମହଜୁଦ କରିବା ପାଇଁ ବିଭିନ୍ନ ସଂଗଠନ ମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଆର୍ଥୀକ ପ୍ରୋତ୍ସାହନ ଯୋଗାଇବା ପାଇଁ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
