ସକାଳୁ ସକାଳୁ ଟ୍ବିନସିଟିରେ କୋହଲା ପାଗ
ବଦଳିଲା ପାଗ । ସକାଳୁ ସକାଳୁ ଟ୍ବିନସିଟିରେ କୋହଲା ପାଗ । ହେମାଳ ପବନ ବହୁଛି । ଆଜି କାଳବୈଶାଖୀ ପାଇଁ ମୟୂରଭଞ୍ଜ ଓ ବାଲେଶ୍ବରକୁ ଅରେଞ୍ଜ ୱାର୍ଣ୍ଣିଂ । ଏହି ଦୁଇ ଜିଲ୍ଲାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ସେହିପରି ବିଜୁଳି, ଘଡ଼ଘଡ଼ି ପାଇଁ କେନ୍ଦୁଝର, ଯାଜପୁର,ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହାପିରେ । ସେହିପରି ଆସନ୍ତକାଲି ବିଜୁଳି, ଘଡ଼ଘଡ଼ି ପାଇଁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ୩ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରି ସେଲସିୟସ ହ୍ରାସ ପାଇବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ତାପମାତ୍ରା ପୁଣି ୨ରୁ ୩ ଡିଗ୍ରି ସେଲସିୟସ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
