୮ଟି ଜିଲ୍ଳାକୁ ଅରେଞ୍ଜ ଓ ୧୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ
ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । ଆଗାମୀ ୫ ଦିନ ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଆଜି ସକାଳ ପର୍ଯ୍ୟନ୍ତ ୮ଟି ଜିଲ୍ଳାକୁ ଅରେଞ୍ଜ ଓ ୧୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାଗୁଡିକରେ ବିଜୁଳି ଘଡଘଡି ଏବଂ ସର୍ବାଧିକ ୬୦ କିଲୋମିଟର ଯାଏଁ ପବନ ବହିବ । ୨୧ ତାରିଖରେ ଦକ୍ଷିଣ, ପୂର୍ବ ଉବକୂଳ ସମେତ ୧୮ଟି ଜିଲ୍ଲାରେ ବିଜୁଳି ଘଡଘଡି ପାଇଁ ସତର୍କ କରାଯାଇଛି । ଏହି ଜିଲ୍ଲାଗୁଡିକରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଆରବସାଗରରେ କର୍ଣ୍ଣାଟକ ଉପକୂଳରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ କ୍ଷେତ୍ର । ୨୧ତାରିଖ ବେଳକୁ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ୨୨ ତାରିଖ ବେଳକୁ ଲଘୁଚାପରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଅଧିକ ଘନିଭୂତ ହୋଇ ଉତ୍ତରକୁ ଗତି କରିପାରେ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ଅନ୍ୟପଟେ ମେ ଶେଷ ଆଡକୁ ବଙ୍ଗୋପସାଗରରେ ମଧ୍ୟ ଲଘୁଚାପ ସମ୍ଭାବନା । ୨୬ କିମ୍ବା ୨୭ ମେ ତାରିଖ ବେଳକୁ ବଙ୍ଗୋପସାଗ ତଥା ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ଓ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏନେଇ ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି ।
