ବଜ୍ରପାତ ନେଇ ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ବିଜୁଳି ଘଡ଼ଘଡି ସହିତ ବର୍ଷା ସମ୍ଭାବନା । ଉପାନ୍ତରୁ ଉପକୂଳ ସୁବଠି ପ୍ରବଳ ବର୍ଷା ସହିତ କୁଆପଥର ବୃଷ୍ଟି ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ବଜ୍ରପାତ ନେଇ ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ , ଢେଙ୍କାନାଳ, କଟକ, ଯାଜପୁର, ଖୋର୍ଦ୍ଧା , ନୟାଗଡ, ଗଞ୍ଜାମ, କନ୍ଧମାଳ , କଳାହାଣ୍ଡି, ବଲାଙ୍ଗୀର , ସୋନପୁର ଏବଂ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏହି ସବୁ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ବର୍ଷା ନେଇ ଆକଳନ କରାଯାଇଛି । ବର୍ଷା ସମୟରେ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବ । କିଛି ସ୍ଥାନରେ କୁଆ ପଥର ବୃଷ୍ଟି ନେଇ ସତର୍କତା ଜାରି କରାଯାଇଛି । ବାକି ୧୬ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ଘଡଘଡି ବିଜୁଳି ଅନୁଭୂତ ହେବ । ସେହିଭଳି ଆସନ୍ତାକାଲି ପ୍ରଚଣ୍ଡ ବଜ୍ରପାତ ନେଇ ୧୧ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୧ ତାରିଖ ପର୍ଯ୍ୟନ୍ତ ଏଭଳି ବଜ୍ରପାତ ଜନିତ ବର୍ଷା ଲାଗି ରହିବ । ବର୍ଷା ପ୍ରଭାବରେ ୩ ଦିନ ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ତିନିରୁ ପାଞ୍ଚ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିକ । ୨୨ ତାରିଖ ପରଠାରୁ ପୁଣି ଉପରମୁହାଁ ହୋଇପାରେ ତାତି ।
