ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଦାବି
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟସଭା ଓ ଲୋକସଭା ବିରୋଧୀଦଳ ନେତାଙ୍କ ଚିଠି । ସଂସଦରେ ସ୍ୱତନ୍ତ୍ର ଅଧିବେଶନ ପାଇଁ ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସରକାରଙ୍କ ପାଖରେ ଦାବି ରଖିଛନ୍ତି । ରାହୁଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖି ନିବେଦନ କରିଛନ୍ତି ଯେ ତୁରନ୍ତ ପହଲଗାମ ଆକ୍ରମଣ, ଅପରେସନ ସିନ୍ଦୂର ଏବଂ ଆମେରିକା ପକ୍ଷରୁ ପ୍ରଥମେ ଅସ୍ତ୍ରବିରତି କଥା ଉଲ୍ଲେଖ ସମ୍ପର୍କରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଉ ।

ରାହୁଲ ଗାନ୍ଧୀ ଲେଖିଛନ୍ତି,ମୁଁ ବିରୋଧୀଙ୍କ ସର୍ବସମ୍ମତ ଆବେଦନକୁ ପୁନଃର୍ବାର ଦୋହରାଉଛି ଯେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ତୁରନ୍ତ ଡକାଯାଉ । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ, ଅପରେସନ ସିନ୍ଦୁର ଏବଂ ଯୁଦ୍ଧବିରତି ଉପରେ ଆଲୋଚନା କରିବା ଦେଶର ଜନତା ଏବଂ ଆମ ପ୍ରତିନିଧିମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି କି ମୋର ବିଶ୍ୱାସ ଯେ ଆପଣ ଏହି ଦାବିକୁ ଗମ୍ଭୀରତାର ସହିତ ବିଚାର କରିବେ ଏବଂ ଶୀଘ୍ର ଏହା ଉପରେ ପଦକ୍ଷେପ ନେବେ ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି, ଆପଣଙ୍କର ମନେଥିବ ଯେ ୨୮ ଏପ୍ରିଲ ୨୦୨୫ରେ ଲୋକସଭା ଏବଂ ରାଜ୍ୟସଭାର ବିରୋଧୀ ନେତାମାନେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ କରିଥିଲେ । ଏବେ ଅପରେସନ ସିନ୍ଦୂର ଏବଂ ଅସ୍ତ୍ରବିରତି ଘୋଷଣା ହେବା ପରେ ସମସ୍ତ ବିରୋଧୀ ଦଳ ସର୍ବସମ୍ମତିକ୍ରମେ ପୁନଃର୍ବାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ କରୁଛି । ରାଜ୍ୟସଭାର ବିରୋଧୀ ଦଳ ନେତା ଭାବରେ ମୁଁ ଆପଣଙ୍କୁ ଏହି ନିବେଦନ ଜଣାଉଛି ।
