ନବୀନଙ୍କ ସଫଳ ଅସ୍ତ୍ରୋପଚାର
ମୁମ୍ବାଇରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସଫଳ ଅସ୍ତ୍ରୋପଚାର । କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ସର୍ଭାଇକାଲ ଆର୍ଥ୍ରାଇଟିସର ସଫଳ ଅସ୍ତ୍ରୋପଚାର ହୋଇଛି । ବର୍ତ୍ତମାନ ନବୀନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏହି ସୂଚନା ଦେଇଛନ୍ତି ଡାକ୍ତର ରମାକାନ୍ତ ପଣ୍ଡା । ମୁମ୍ବାଇରେ ନବୀନଙ୍କ ଚିକିତ୍ସାର କୋଅର୍ଡିନେଟ କରୁଛନ୍ତି ପ୍ରସିଦ୍ଧ ହାର୍ଟ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା । ସେ ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ମଧ୍ୟ ଅଛନ୍ତି। ଡାକ୍ତର ରମାକାନ୍ତ ପଣ୍ଡା କହିଛନ୍ତି, ମୋଟ ୪ ଘଣ୍ଟାର ଅପରେସନ ଥିଲା । ସେଥିରୁ ମୁଖ୍ୟ ଅପରେସନ ୨ ଘଣ୍ଟାରୁ କମ୍ ଥିଲା । ଅପରେସନ ସଫଳ ହୋଇଛି । ଏବେ ନବୀନ ନିରୀକ୍ଷଣରେ ଅଛନ୍ତି । ତାଙ୍କର ଚେତା ଫେରିଲାଣି । ଭଲଭାବେ କଥାବାର୍ତ୍ତା କରିପାରୁଛନ୍ତି ।
