ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ବିଜେପି ସରକାରଙ୍କୁ ନବୀନଙ୍କ ତୀବ୍ର ସମାଲୋଚନା

ଧାନ କିଣାରେ ଅବ୍ୟବସ୍ଥା । ବିଜେପି ସରକାରଙ୍କୁ ନବୀନଙ୍କ ତୀବ୍ର ସମାଲୋଚନା । ମଣ୍ଡିରେ ଚାଷୀ ହନ୍ତସନ୍ତ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଓଡ଼ିଶାରେ ଚାଲିଥିବା ଖରିଫ ଧାନ କିଣା ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାରଙ୍କୁ ଘେରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲେଖିଥିବା ଏକ ଚିଠିରେ ସେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ ନକରି ସରକାର ଚାଷୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ।ନବୀନଙ୍କ ପ୍ରମୁଖ ଅଭିଯୋଗ ଗୁଡିକ ହେଲା କଟନି ଛଟନିରେ ଚାଷୀ ଆତଙ୍କିତ । ମଣ୍ଡିରେ ଗୁଣବତ୍ତା ନାଁରେ କ୍ୱିଣ୍ଟାଲ ପିଛା ୫ ରୁ ୭ କିଲୋ ଧାନ କଟାଯାଉଛି । ଏଥିରେ ମିଲର ଓ ସରକାରୀ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଥିବା ସେ ଅଭିଯୋଗ କରିଛନ୍ତି । ଏହାସହ ୧୫୦ କ୍ୱିଣ୍ଟାଲ ସୀମାକୁ ନେଇ ଆପତ୍ତି ଉଠାଇଛନ୍ତି ।

Leave a Reply

Your email address will not be published. Required fields are marked *