‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭାରତର ପ୍ରଥମ ଡିଜିଟାଲ୍ ଜନଗଣନା ପ୍ରକ୍ରିୟା ଓଡ଼ିଶାରେ ଆରମ୍ଭ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଇ ନିଜ ପରିବାରର ତଥ୍ୟ ଡିଜିଟାଲ୍ ପୋର୍ଟାଲରେ ଦାଖଲ କରିଛନ୍ତି। ଏଥର ଜନଗଣନାରେ ଲୋକମାନଙ୍କୁ ଏକ ସୁବିଧା ଦିଆଯାଇଛି, ଯେଉଁଥିରେ ସେମାନେ ଜନଗଣନା କର୍ମଚାରୀଙ୍କ ଅପେକ୍ଷା ନକରି ନିଜେ ଅନଲାଇନ୍ ମାଧ୍ୟମରେ ନିଜ ପରିବାରର ବିବରଣୀ ଦେଇପାରିବେ।ଏହାକୁ ହିଁ ‘ସେଲ୍ଫ୍ ଏନୁମେରେସନ୍’ କୁହାଯାଉଛି। ଏହି ପ୍ରକ୍ରିୟାରେ ସାମିଲ ହେବା ପରେ ନବୀନ ପଟ୍ଟନାୟକ ସମସ୍ତ ଓଡ଼ିଶାବାସୀଙ୍କୁ ଏଥିରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ସଠିକ୍ ଜନଗଣନା ଦ୍ୱାରା ହିଁ ଭଲ ଯୋଜନା ପ୍ରସ୍ତୁତ କରିପାରିବେ ବୋଲି ସେ କହିଛନ୍ତି। ଜନଗଣନା ପାଇଁ ସ୍ୱତନ୍ତ୍ର ପୋର୍ଟାଲ୍ ଏପ୍ରିଲ ୧୫ ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଗ୍ରାହକମାନେ ନିଜ ମୋବାଇଲ୍ ନମ୍ବର ଏବଂ ଆଧାର ସାହାଯ୍ୟରେ ଲଗ୍-ଇନ୍ କରି ତଥ୍ୟ ଦେଇପାରିବେ।

Leave a Reply

Your email address will not be published. Required fields are marked *