ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହଟ୍ଟଗୋଳ

ବିଧାନସଭାରେ ଥମୁନି ଏସସିବି ତାତି

ବିଧାନସଭାରେ ଥମୁନି ଏସସିବି ତାତି । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଚାଲିପାରିନଥିଲା ପ୍ରଶ୍ନକାଳ । ଆଜି ବିଧାନସଭା ଆରମ୍ଭ ହେବା ପରେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ ପ୍ରବଳ ହଟ୍ଟଗୋଳ କରିଥିଲେ । ପ୍ରବଳ ପାଟିତୁଣ୍ଡ ଯୋଗୁ ଗୃହକୁ ବାଚସ୍ପତି ଦିନ ସାଢ଼େ ଏଗାରଟା ଯାଏ ମୁଲତବି ରଖିଥିଲେ ।ପରେ ପରିସ୍ଥିତିରେ ସଧାର ନ ଆସିବରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି ରଖି ଥିଲେ ବାଚସ୍ପତି । ସେପଟେ ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ନବୀନଙ୍କ ଉଦବେଗ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ଏସସିବି ଦୁର୍ଘଟଣାର ୯ ଦିନ ପରେ ଜଣେ ବି କେନ୍ଦ୍ରମନ୍ତ୍ରୀ ହସ୍ପିଟାଲ ପରିଦର୍ଶନରେ ଆସିନାହାନ୍ତି ।

Leave a Reply

Your email address will not be published. Required fields are marked *