ବିଧାନସଭାକୁ କଳା ଟି ସାର୍ଟ ପିନ୍ଧି ଆସିଲେ ବିରୋଧୀ
ବିଧାନସଭାକୁ କଳା ଟି ସାର୍ଟ ପିନ୍ଧିକି ଆସିଲେ ବିରୋଧୀ । ଏସସିବି ଘଟଣାକୁ ନେଇ ଉଭୟ କଂଗ୍ରେସ ବିଜେଡି ବିଧାୟକ ଅଭିନବ ପ୍ରତିବାଦ କରିଛନ୍ତି । ଦୁର୍ବଳ ମୁଖ୍ୟମନ୍ତ୍ରୀ, ଶକ୍ତିଶାଳୀ ସ୍ଵାସ୍ଥ୍ୟ ମନ୍ତ୍ରୀ ଲେଖିାଥିବା ଟି ସାର୍ଟ ପିନ୍ଧି ହୋ-ହାଲ୍ଲା କରିଛନ୍ତି । ଏହାସହ ବିଧାନସଭା ଚାରିପଟେ ଏକାଠି ଚାଲିଥିଲେ ବିରୋଧୀ । ପ୍ରଶ୍ନ କାଳ ଆରମ୍ଭରୁ ଗୃହ ମଧ୍ୟ ଭାଗକୁ ଆସି ବିରୋଧୀଙ୍କ ନାରା ବାଜି ଦେଇଛନ୍ତି।
ଏସ୍ ସି ବି ଅଗ୍ନିକାଣ୍ଡ ଘଟଣାରେ ଲାଗାତାର ବିରୋଧ କରି ଆସୁଛନ୍ତି ବିରୋଧୀ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହେଉଛି ବିରୋଧ । ଯାହାଫଳରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇପାରୁନି । ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ବିରୋଧ ଜାରି ରହିବ ବୋଲି କହିଛନ୍ତି ବିରୋଧୀ । ଉଭୟ କଂଗ୍ରେସ ଓ ବିଜେଡି ମିଳିତ ଭାବେ ବିରୋଧ ଜାରି ରଖିଛନ୍ତି । ଅନ୍ୟପଟେ ଜାଣିଶୁଣି ବିରୋଧୀ ଗୃହକାର୍ଯ୍ୟ ବନ୍ଦ କରୁଥବା ଅଭିଯୋଗ କରିଛି ଶାସକ ଦଳ।
