ରାଜ୍ୟପାଳଙ୍କ ଭାଷଣ ଆରମ୍ଭରୁ କକ୍ଷତ୍ୟାଗ କଲେ ବିରୋଧୀ

କକ୍ଷତ୍ୟାଗ କଲେ ବିରୋଧୀ ବିଜେଡି – କଂଗ୍ରେସ

ରାଜ୍ୟପାଳଙ୍କ ଭାଷଣ ଆରମ୍ଭରୁ କକ୍ଷତ୍ୟାଗ କଲେ ବିରୋଧୀ । ଆଜି ଗୃହ ଆରମ୍ଭ ହେବା ପରେ ପରେ ଗୃହରେ ବିଧାୟକମାନଙ୍କ ଜୟ ଶ୍ରୀରାମ ଏବଂ ଜୟ ଜଗନ୍ନାଥ ନାରା ଶୁଣିବାକୁ ମିଳିଥିଲା । ହେଲେ ଏହାପରେ ପରେ ଓଡିଆ ଅସ୍ମିତା କଥା ଉଠାଇ ପ୍ରତିବାଦ କରିଥିଲେ ବିଜେଡି ଓ କଂଗ୍ରେସ ବିଧାୟକ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ଆସନରେ ଛିଡା ହେଇ ପ୍ରତିବାଦ କରିଥିଲେ । ତା ସହିତ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି ପ୍ରତିବାଦ କରିଥିଲେ । ଶେଷରେ ରାଜ୍ୟପାଳଙ୍କ ଅଭିଭାଷଣ ଚାଲିଥିବା ସମୟରେ ବିରୋଧୀ କକ୍ଷତ୍ୟାଗ କରିଥିଲେ । ସୂଚନାଯୋଗ୍ୟ ଯେ, ଆଜିଠାରୁ ଆରମ୍ଭ ହେଇଛି ବିଧାନସଭାରେ ବଜେଟ୍ ଅଧିବେଶନ। ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ମୋହନ ସରକାର। ଆସନ୍ତା ୨୫ ତାରିଖରେ ଅର୍ଥମନ୍ତ୍ରୀ ଭାବେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Leave a Reply

Your email address will not be published. Required fields are marked *