ସର୍ବଦଳୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସୂଚନା

ଅପରେସନ୍ ସିନ୍ଦୂର, ୧୦୦ ଆତଙ୍କୀ ସଫା

ଭାରତର ଅପରେସନ୍ ସିନ୍ଦୂରରେ ଅତି କମରେ ୧୦୦ ଆତଙ୍କୀ ହୋଇଛନ୍ତି ନିପାତ। ସର୍ବଦଳୀୟ ବୈଠକରେ ଏହି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଦିଲ୍ଲୀ ସଂସଦ ଭବନରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ବଡ ସୂଚନା ଦେଇଛନ୍ତି। ସେ କହିଛନ୍ତି ଅପରେସନ୍ ସିନ୍ଦୂରରେ ଅତିକମ୍‌ରେ ୧୦୦ ଆତଙ୍କବାଦୀ ନିପାତ ହୋଇଛନ୍ତି। ୨୫ ମିନିଟ୍ ଭିତରେ ୯ଟି ଆତଙ୍କୀ ଆଡ୍ଡା ଉପରେ ୨୪ ଷ୍ଟ୍ରାଇକ୍ ହୋଇଥିଲା। ପାକିସ୍ତାନ ଓ ପିଓକେରେ ଭାରତ ସର୍ପ୍ରାଇଜ୍ ଆକ୍ସନ୍ ନେଇଥିଲା। ଏବେ ବି ଅପରେସନ୍ ସିନ୍ଦୂର ଜାରି ରହିଛି। ଅପରେସନ୍ ର ସବୁ ତଥ୍ୟ ସାର୍ବଜନୀନ କରାଯାଇ ପାରିବନାହିଁ। ଭାରତୀୟ ସଶସ୍ତ୍ର ବାହିନୀ ମଙ୍ଗଳବାର ମଧ୍ୟରାତ୍ରିରେ ‘ଅପରେଶନ ସିନ୍ଦୂର’ ନାମକ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରି ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ମିସାଇଲ ଆକ୍ରମଣ କରିଛି।