୧୦ ଘଣ୍ଟା ଖୋଲିବ ପ୍ରାଣୀ ଉଦ୍ୟାନ

ବଦଳିଲା ନନ୍ଦନକାନନ ଖୋଲିବା ଓ ବନ୍ଦ ହେବା ସମୟ

ବଦଳିଲା ନନ୍ଦନକାନନ ଖୋଲିବା ଓ ବନ୍ଦ ହେବା ସମୟ । ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ସମୟରେ ପରିବର୍ତ୍ତନ କରାଯାଇଛି । ପ୍ରତିବର୍ଷ ଭଳି ଗ୍ରୀଷ୍ମଋତୁ ସାଙ୍ଗକୁ ଦିନ ବଡ ଯୋଗୁଁ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଆଜିଠୁ ସେପ୍ଟେମ୍ବର ୩୦ ଯାଏ ସକାଳ ୭ଟା ୩୦ରେ ଖୋଲି ସନ୍ଧ୍ୟା ୫ଟା ୩୦ଟାରେ ବନ୍ଦ ହେବ । ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ପୁର୍ବରୁ ଶୀତକାଳୀନ ଭ୍ରମଣ ପାଇଁ ଦିନ ଛୋଟ ଥିବାରୁ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ଉଭୟ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଖୋଲା ରହୁଥିଲା। ଟିକେଟ ବୁକିଂ କରିବାର ଶେଷ ସମୟ ସନ୍ଧ୍ୟା ୫ଟା ଯାଏ ଖୋଲା ରହିବ। ପୂର୍ବଭଳି ପ୍ରତି ସୋମବାର ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *