ଟମାଟୋ ପରେ ଏବେ ପିଆଜ ଦାମ୍ କୁ ନେଇ ଚିନ୍ତା

ପିଆଜ ଦର ଶୁଣି ଆଖିରୁ ବୋହୁଛି ପାଣି

ପ୍ରଥମେ ଡରାଇଲା ଟମାଟୋ ଆଉ ଏବେ କନ୍ଦାଉଛି ପିଆଜ । ଗରିବର ହାଣ୍ଡିଶାଳ ଉପରେ ଭାରି ହେବାକୁ ବସିଲାଣି ପିଆଜ । ସମ୍ବଲପୁରରେ ହୁ ହୁ ହୋଇ ବଢୁଛି ପିଆଜ ଦର । ଟମାଟୋ ଦର ୫୦ରୁ ୬୦ ଟଙ୍କା ରହିଛି । ହେଲେ ୧୦ ଦିନ ତଳେ ୨୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଆଜି ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଛି । ୧୦ ଦିନରେ ୨ ଗୁଣା ହୋଇଛି ପିଆଜ ଦର । ଫଳରେ ଖାଉଟି ଚିନ୍ତାରେ ପଡିଯାଇଛନ୍ତି । ରୋଷେଇରେ ପିଆଜ ନିହାତି ଦରକାର ପଡିଥାଏ । ହେଲେ ଦର ବଢିଲେ, ଲୋକେ କେମିତି କଣ ଖାଇବେ ତାକୁ ନେଇ ଚିନ୍ତା । ସେପଟେ ବ୍ୟବସାୟୀ କହୁଛନ୍ତି, ଚାହିଦା ମୁତାବକ ମାଲ୍ ନଆସିବାରୁ ଦର ବୃଦ୍ଧି ହେଉଛି । ପିଆଜ ଦର ବଢିଲେ, ବେପାର କମିଯାଉଛି । ତେବେ ଦର ବୃଦ୍ଧି ଶୀର୍ଷସ୍ତରରେ ପହଂଚିବା ପ୍ରଶାସନ ଦର ନିୟନ୍ତ୍ରଣ ନକଲେ ଟମଟୋ ସ୍ଥିତି ସୃଷ୍ଟି କରିପାରେ ପିଆଜ ।