ଏକକ ନିର୍ବାଚନକୁ ମଞ୍ଜୁରୀ
ଏକ ରାଷ୍ଟ୍ର, ଏକ ନିର୍ବାଚନ। ୱାନ ନେସନ ୱାନ ପୋଲକୁ କେନ୍ଦ୍ର କ୍ୟାବିନେଟ ଆଜି ମଞ୍ଜୁରୀ ଦେଇଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦେଇଥିବା ରିପୋର୍ଟକୁ ମଂଜୁର କରିଛି କେନ୍ଦ୍ର କ୍ୟାବିନେଟ । ଏହି ବ୍ୟବସ୍ଥା ପ୍ରଧାନମନ୍ତ୍ରୀଙ୍କ ଚଳିତ କାର୍ଯ୍ୟକାଳ ମଧ୍ୟରେ ଲାଗୁ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ବର୍ଷର ସ୍ବାଧୀନତା ଦିବସ ଅଭିଭାଷଣରେ ଏ କଥା ଉଠାଇଥିଲେ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ତାଙ୍କ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିଥିଲେ। ଏକସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଯିବା ପାଇଁ କମିଟି ସୁପାରିଶ କରିଛି । ବାରମ୍ବାର ନିର୍ବାଚନ ଦେଶର ପ୍ରଗତିରେ ଅନ୍ତରାୟ ସୃଷ୍ଟି କରୁଥିବା ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ । ବିଜେପିର ନିର୍ବାଚନ ଇସ୍ତାହାରରେ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପ୍ରସଙ୍ଗ ସ୍ଥାନ ପାଇଥିଲା । ତେଣୁ ସରକାର ଏହାକୁ ଲାଗୁ କରିବାକୁ ଚାହୁଁଛନ୍ତି ।