ଘାଟିରେ ଓଲଟିଲା ବସ୍, ଚାଲିଗଲା ଶିକ୍ଷକଙ୍କ ଜୀବନ
ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ପୁଣି ଘଟିଛି ଅଘଟଣ । କ୍ରୀଡ଼ା ଉତ୍ସବରେ ଯୋଗ ଦେବାକୁ ଯିବାବେଳେ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍ । ଦୁର୍ଘଟଣାରେ ଜଣେ ପିଇଟି ଶିକ୍ଷକଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ମୃତକ ହେଲେ ସ୍ୱାମୀ ବିବେକାନନ୍ଦ ହାଇସ୍କୁଲର ପିଇଟି ଶିକ୍ଷକ ପ୍ରଭାସ କୁମାର ଜେନା । ଚନ୍ଦାହାଣ୍ଡି ବ୍ଲକରେ ଜିଲ୍ଲା ସ୍ତରୀୟ କ୍ରୀଡ଼ା ଉତ୍ସବ ପାଳନ ହେଉଥିଲା । ଆଜି ସକାଳେ ଉମରକୋଟର ଶିକ୍ଷକଶିକ୍ଷୟତ୍ରୀ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଏକ ବସ୍ ଯୋଗେ ଚନ୍ଦାହାଣ୍ଡି ଯାଉଥିଲା। ଚନ୍ଦାହାଣ୍ଡି ଘାଟିରେ ବସ୍ଟି ତଳକୁ ଗଡୁଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିଲା ବେଳେ ସ୍ୱାମୀ ବିବେକାନନ୍ଦ ହାଇସ୍କୁଲର ପିଇଟି ଶିକ୍ଷକଙ୍କର ମୃତ୍ୟୁ ଘଟିଥିଲା । ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଝରି ଗାଁରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଥିବା ଜଣାପଡ଼ିଛି। ଝରି ଗାଁ ପୁଲିସ ଘଟଣାର ତଦନ୍ତ କରିବା ସହ ତଦନ୍ତ କରୁଛି। ବସ୍ରେ ୩୦ ଜଣ ଛାତ୍ରଛାତ୍ରୀ ଥିଲେ।