ଭୁବନେଶ୍ୱରରେ ହୋର୍ଡିଂ ଭୁଶୁଡ଼ି ଦୁଇ ମୃତ୍ୟୁ ଘଟଣାରେ ଜଣେ ଗିରଫ

ଭୁବନେଶ୍ୱରରେ ହୋର୍ଡିଂ ଭୁଶୁଡ଼ି ଦୁଇ ମୃତ୍ୟୁ ଘଟଣାରେ ଜଣେ ଗିରଫ

ଭୁବନେଶ୍ୱରରେ ହୋର୍ଡିଂ ଭୁଶୁଡ଼ି ଦୁଇ ମୃତ୍ୟୁ ଘଟଣାରେ ଜଣେ ଗିରଫ। ଜଣକୁ ଗିରଫ କରି କୋର୍ଟ ଚାଲାଣ କଲା ଭରତପୁର ଥାନା ପୋଲିସ । ଭୁବନେଶ୍ୱର ଆଇଗିଣିଆ ଦୁର୍ଗାପୂଜା ମଣ୍ଡପ ନିକଟରେ ହୋର୍ଡିଂ ଭୁଶୁଡ଼ି ପଡ଼ିବାରୁ ଦୁଇଜଣଙ୍କ ମୃତ୍ୟୁ ଓ ଦୁଇଜଣ ଆହତ ହୋଇଥିଲେ । ଅଭିଯୋଗକାରୀ ଅଜୟ ମହାନ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ହୋର୍ଡିଂଟି ‘ମେସର୍ସ ମେଟ୍ରୋ ସାଇନ୍’ ଦ୍ୱାରା ସ୍ଥାପିତ ହୋଇଥିଲା ଏବଂ ଏହାର ସ୍ଥାପନା ପାଇଁ ଏଜେନ୍ସିର କର୍ମଚାରୀ ସମ୍ବିତ ମହାନ୍ତି ଦାୟୀ ଥିଲେ ।ସକ୍ଷମ ଅଧିକାରୀଙ୍କ ପୂର୍ବାନୁମତି ବିନା ଏବଂ ଆବଶ୍ୟକ ଢାଞ୍ଚାଗତ ସୁରକ୍ଷା ବ୍ୟବସ୍ଥା ନକରି ଜନଗହଳିପୂର୍ଣ୍ଣ ସ୍ଥାନରେ ଦୁର୍ବଳ ଢାଞ୍ଚାରେ ହୋର୍ଡିଂ ସ୍ଥାପନ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି । ଅସୁରକ୍ଷିତ ଭାବେ ସ୍ଥାପନ ଓ ରକ୍ଷଣାବେକ୍ଷଣରେ ଗୁରୁତର ଅବହେଳା ଯୋଗୁଁ ଏହି ସାଂଘାତିକ ଦୁର୍ଘଟଣା ଘଟିଥିଲା ।

Leave a Reply

Your email address will not be published. Required fields are marked *