ମଳ ମାସରେ ବି କାଉଡିଆଙ୍କ ଭିଡ଼

ଶିବ ମନ୍ଦିରରେ ଜଳାଭିଷେକ ପାଇଁ ଗହଳି

ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର । ରାଜ୍ୟର ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କ ଗହଳି ଦେଖିବାକୁ ମିଳୁଛି । ଭଦ୍ରକର ପ୍ରସିଦ୍ଧ ଶୈବ ପାଠ ଆରଡି ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ ପାଇଁ ଭକ୍ତଙ୍କ ସମାଗମ ହୋଇଛି । କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଠରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । କାଉଡିଆମାନେ ଯେପରି ସୁରକ୍ଷିତ ଭାବେ ନଦୀ ପାରି ହୋଇ ଆସିପାରିବେ, ସେଥିପାଇଁ ପୀଠରେ ଥିବା ୩ଟି ନଦୀଘାଟର ଉଭୟ ପାର୍ଶ୍ବରେ ଓଡ୍ରାଫର ୨ଟି ଟିମ ସହ ଅଗ୍ନିଶମ ବାହିନୀ ଓ ପୋଲିସ ମୁତୟନ ରହିଛନ୍ତି । ବାବାଙ୍କ ପାଖରେ କାଉଡିଆଙ୍କ ଶୃଙ୍ଖଳିତ ଜଳଲାଗି ପାଇଁ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।