ଓଲା ଡ୍ରାଇଭରଙ୍କୁ ଅପହରଣ ପରେ ହତ୍ୟା
ଓଲା ଡ୍ରାଇଭରଙ୍କୁ ଅପହରଣ ପରେ ହତ୍ୟା । ଚନ୍ଦକା ଜଙ୍ଗଲରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ହେଲେ ଭୁବନେଶ୍ବର ଶିଶୁପାଳଗଡ଼ର ବିଦ୍ୟାଧର ସାହୁ । ତିନି ଦିନ ପୂର୍ବେ ଭୁବନେଶ୍ବରରୁ ସେ ନିଖୋଜ ହୋଇଥିଲେ।ଏନେଇ ବଡଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ପରେ ଅପହରଣକାରୀ ଟଙ୍କା ଡିମାଣ୍ଡ କରିଥିଲେ। ମୁଣ୍ଡ ଜାମିନ ପାଇଁ ଟଙ୍କା ଡିମାଣ୍ଡ କରି ହତ୍ୟା କରାଯାଇଥିବା ମୃତକଙ୍କ ମାମୁଁ ଅଭିଯୋଗ ଆଣିଛନ୍ତି ।
