ବାହାନ ପୋର୍ଟାଲରେ ହେବ ବଡ଼ ପରିବର୍ତ୍ତନ

ବିନା ପଲ୍ୟୁସନ ସାର୍ଟିଫିକେଟରେ ମିଳିବ ତେଲ

ବିନା ପଲ୍ୟୁସନ ସାର୍ଟିଫିକେଟରେ ମିଳିବ ତେଲ । ବାହାନ ପୋର୍ଟାଲରେ ହେବ ବଡ଼ ପରିବର୍ତ୍ତନ । ଓଡ଼ିଶା ସରକାର ଗାଡ଼ି ଚାଳକଙ୍କ ପାଇଁ ଜାରି କରିଥିବା ଏକ ବିବାଦୀୟ ନିୟମକୁ ପ୍ରତ୍ୟାହାର କରିନେଇଛନ୍ତି । ପୂର୍ବରୁ ଘୋଷଣା କରାଯାଇଥିଲା ଯେ ଯେଉଁ ଗାଡ଼ିର ବୈଧ ପଲ୍ୟୁସନ ସାର୍ଟିଫିକେଟ୍ ନଥିବ, ସେମାନଙ୍କୁ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ । ଆଜି ହାଇକୋର୍ଟରେ ଶୁଣାଣି ସମୟରେ ସରକାର ଏହି ନିୟମକୁ ଉଠାଇ ନେଇଥିବା ସୂଚନା ଦେଇଛନ୍ତି ।କୋର୍ଟରେ ସରକାରଙ୍କ ସ୍ପଷ୍ଟୀକରଣ, ପେଟ୍ରୋଲ ପମ୍ପଗୁଡ଼ିକୁ ଦିଆଯାଇଥିବା ପୂର୍ବ ନିର୍ଦ୍ଦେଶକୁ ସରକାର ରଦ୍ଦ କରିଛନ୍ତି। ହାଇକୋର୍ଟଙ୍କୁ ଏକ ଶପଥପତ୍ର ମାଧ୍ୟମରେ ଏହା ଜଣାଇଛନ୍ତି । ପରିବହନ କମିଶନରଙ୍କ ଯୁକ୍ତି ଥିଲା, କମିଶନର କହିଥିଲେ ଯେ ଯଦି କେହି ପୂର୍ବରୁ ଥିବା ଫାଇନ୍ ନଦିଅନ୍ତି, ତେବେ ତାଙ୍କୁ ନୂଆ PUC ସାର୍ଟିଫିକେଟ୍ ଦିଆଯିବ ନାହିଁ । ଏହାକୁ ନେଇ କୋର୍ଟଙ୍କ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ହାଇକୋର୍ଟ ଯୁକ୍ତିକୁ ଗ୍ରହଣ କଲେ ନାହିଁ ।

Leave a Reply

Your email address will not be published. Required fields are marked *