ବଜେଟର ଓଡ଼ିଶାକୁ ଗୁରୁତ୍ୱ

ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ ପୂର୍ବୋଦୟ ଯୋଜନା

ଚଳିତ ବଜେଟର ଓଡ଼ିଶାକୁ ଗୁରୁତ୍ୱ । ରାଜ୍ୟର ପ୍ରକୃତିକ ସୌନ୍ଦର୍ଯ୍ୟକୁ ଗୁରୁତ୍ୱ ଦେଇଛନ୍ତି ମୋଦୀ ସରକାର । ବିଶେଷ କରି ପ୍ରାକୃତିକ ଶୋଭାରେ ସମୃଦ୍ଧ ଓଡିଶାର ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ବେଳାଭୂମି ଗୁଡିକ ପର୍ଯ୍ୟଟନର ମୁଖ୍ୟ ଆଧାର ହୋଇଥିବାରୁ ଏହାକୁ ବିଶେଷ ଗୁରୁତ୍ୱ ଦିଆଯିବ । ଏହାକୁ ବିଶ୍ୱର ଏକ ମୁଖ୍ୟ ପର୍ଯ୍ୟଟନ ଗନ୍ତବ୍ୟ ସ୍ଥଳ ଭାବେ ପରିଣତ କରିବାକୁ ଦିଆଯିବ ଆର୍ଥିକ ସହାୟତା ଦିଆଯିବାକୁ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାସହ ବିହାରର ନାଳନ୍ଦାକୁ ମଧ୍ୟ ବିଶ୍ୱ ଗନ୍ତବ୍ୟସ୍ଥଳ କରିବାକୁ ବିଶେଷ ଆର୍ଥିକ ସହାୟତା ଦିଆଯିବ ।

ସେହିପରି ଆଉ ଏକ ଘୋଷଣାରେ ଅର୍ଥମନ୍ତ୍ରୀ କହିଛନ୍ତି, ଓଡ଼ିଶା ସମେତ ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ ପୂର୍ବୋଦୟ ଯୋଜନା । ଏଥିରେ ପୂର୍ବାଞ୍ଚଳ ରାଜ୍ୟ ସହ ଆଉ ୫ଟି ରାଜ୍ୟ ସାମିଲ ହେବେ । ସ୍କିମରେ ସାମିଲ ହେବେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ସାମିଲ ହେବେ ।

Leave a Reply

Your email address will not be published. Required fields are marked *