ଶିଳ୍ପ କ୍ଷେତ୍ରରେ ଆଗେଇବ ଓଡ଼ିଶା, ନିଯୁକ୍ତି ପାଇବେ ୯୧୪୬

ଓଡ଼ିଶାର ଶିଳ୍ପ ବିକାଶର ଅଭିବୃଦ୍ଧି କରି ରାଜ୍ୟ ସ୍ତରୀୟ ଏକକ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ୩୨୬୬ କୋଟି ମୂଲ୍ୟର ୧୧ ଟି ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ କରିଛି | ଏହି ପ୍ରକଳ୍ପଗୁଡିକ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରାୟ ୯୧୪୬ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଅନୁମୋଦିତ ପ୍ରସ୍ତାବଗୁଡ଼ିକ ଇସ୍ପାତ, ରାସାୟନିକ, ଖାଦ୍ୟ ପ୍ରକ୍ରିୟାକରଣ, ରେଫ୍ରେକ୍ଟୋରୀ, ଟେକ୍ସଟାଇଲ୍ ଏବଂ ପୋଷାକ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ପ୍ଲାଷ୍ଟିକ୍ ଏବଂ ନବୀକରଣ ଯୋଗ୍ୟ ଶକ୍ତି ଭଳି ବିଭିନ୍ନ କ୍ଷେତ୍ରରୁ ଆସିଛି ।

ଏଥିରେ ୬ଟି ଖୋର୍ଦ୍ଧା , ୨ଟି ଯାଜପୁର ତଥା ବଲାଙ୍ଗୀର, କଳାହାଣ୍ଡି ଓ ବାଲେଶ୍ୱର ଜିଲ୍ଲାରେ ଗୋଟିଏ ଲେଖାଏଁ ପ୍ରସ୍ତାବିତ ଶିଳ୍ପ ସଂସ୍ଥା ରହିଛି ।