ମୋଦୀଙ୍କ ଅଭିଭାଷଣରେ ଓଡ଼ିଶା କଥା

ମହାପ୍ରଭୁ ଜଗନ୍ନାଥ ଗରିବଙ୍କ ଦେବତା: ମୋଦି

ମୋଦୀଙ୍କ ଅଭିଭାଷଣରେ ଓଡ଼ିଶା କଥା । ଲୋକସଭା ନିର୍ବାଚନରେ ୨୧ରୁ ୨୦ଟି ଆସନ ହାତେଇବା ପରେ କେନ୍ଦ୍ରରେ ଓଡ଼ିଶାର ଗୁରୁତ୍ୱ ବଢି ଯାଇଛି । ସେଥିପାଇଁ ସଂସଦୀୟ ଦଳର ବୈଠକରେ ଓଡ଼ିଶାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ମୋଦୀ । କହିଛନ୍ତି ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶରେ ଇଂଜିନ୍ ହେବ ଓଡ଼ିଶା । ଅବସର ଥିଲା ଏନଡିଏ ସଂସଦୀୟ ଦଳର ବୈଠକ । ସଂସଦ ଭବନ ସେଂଟ୍ରାଲ ହଲରେ ଓଡ଼ିଶାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଛନ୍ତି,ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଗରିବଙ୍କ ଦେବତା। ଓଡ଼ିଶାର ନିର୍ବାଚନ ଫଳାଫଳ ବିକଶିତ ଭାରତର ସ୍ୱପ୍ନକୁ ନୂଆ ଗତି ଦେବ। ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶରେ ଇଂଜିନ୍ ହେବ ଓଡ଼ିଶା।