ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଚଢାଉ

ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍

ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ଏକକାଳୀନ ୮ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଭୁବନେଶ୍ୱର, କେନ୍ଦୁଝର, ଅନୁଗୁଳରେ ଚାଲିଛି ରେଡ୍ । ଭୁବନେଶ୍ୱର ପଟିଆରେ ଥିବା ଫ୍ଲାଟ, ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ଜାରି ରହିଛି । ତେଲକୋଇର ୪, ଅନୁଗୁଳର ୨ ଏବଂ କେନ୍ଦୁଝରର ଘଟଗାଁରେ ଚଢାଉ । କେନ୍ଦୁଝର ରେଲକୋଇରେ ରହିଛି ମାର୍କେଟ କମ୍ପ୍ଲେକ୍ସ । ରେଡରେ ୧୦ଡିଏସପି, ୧୬ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *