ରାଜ୍ୟରେ ଚଳିତ ଶିକ୍ଷାବର୍ଷରୁ ପ୍ରଚଳିତ ହେବ ଜାତୀୟ ଶିକ୍ଷା ନୀତି

ଚଳିତ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି

ରାଜ୍ୟରେ ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷା ନୀତି । ୨୦୨୪-୨୫ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ପ୍ରଚଳନ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ଓ ଅନୁବନ୍ଧିତ ମହାବିଦ୍ୟାଳୟରେ ଏହି ନୂଆ ଶିକ୍ଷା ନୀତି ପ୍ରବର୍ତ୍ତନ ପାଇଁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂତନ ଶିକ୍ଷାନୀତି ୨୦୨୦ ଅନୁସାରେ ଓଡ଼ିଶାରେ ୪ ବର୍ଷର ସ୍ନାତକ ବା ଗ୍ରାଜୁଏସନ୍ କୋର୍ସ ଆରମ୍ଭ ହେବ । ପ୍ରତି ଶିକ୍ଷା ବର୍ଷ ପରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ, ଡିପ୍ଲୋମା, ଡିଗ୍ରୀ ଓ ଡିଗ୍ରୀ ଅନର୍ସ ପ୍ରଦାନ କରାଯିବ । ନୂଆ ସିଲାବସ୍ ଓ କ୍ରେଡିଟ୍ ଫ୍ରେମୱର୍କ ଅନୁଯାୟୀ ନୂଆ ଶିକ୍ଷାନୀତି ଲାଗୁ ହେବ ।ୟୁଜିସି ପକ୍ଷରୁ ଦିଆଯାଇଥିବା କ୍ରେଡିଟ୍ ଫ୍ରେମ୍ ୱର୍କ୍ ଆଧାରରେ ରାଜ୍ୟସ୍ତରୀୟ କ୍ରେଡିଟ୍ ଫ୍ରେମ୍ ୱର୍କ୍ ପ୍ରସ୍ତୁତ ହୋଇଛି । ଏଥିରେ ଦକ୍ଷତା ବିକାଶ ଓ ଇଣ୍ଟର୍ଣ୍ଣସିପ ପାଇଁ ସୁଯୋଗ ପ୍ରଦାନ ସହିତ ଉପଯୁକ୍ତ କ୍ରେଡିଟ୍‌ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । କମ୍ୟୁନିଟି ସର୍ଭିସ୍ ଓ ଏକ୍ସଟ୍ରା କରିକୁଲାର୍ ଆକ୍ଟିଭିଟି, NCC, NSS ଇତ୍ୟାଦି ପାଇଁ ମଧ୍ୟ କ୍ରେଡିଟ୍‌ ଦିଆଯିବ । ଏହାଦ୍ବାରା ଛାତ୍ରଛାତ୍ରୀ ନିଜ ଇଚ୍ଛା ଅନୁସାରେ ବିଷୟ ଚୟନ କରିପାରିବେ । ଏକାଧିକ ଥର ପାଇଁ ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କରେ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ ଏବଂ ୭ ବର୍ଷ ଭିତରେ ଡିଗ୍ରୀ କୋର୍ସକୁ ପୂର୍ଣ୍ଣ କରିପାରିବେ । ନୂଆ ଶିକ୍ଷାନୀତିରେ ଗବେଷଣା ଓ ପ୍ରାକ୍ଟିକାଲକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି ।

ତେବେ ରାଜ୍ୟରେ କେମିତି କାର୍ଯ୍ୟକାରୀ ହେବ ଜାତୀୟ ଶିକ୍ଷା ନୀତି ? ଏନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିବା ସହ ଗତ ଅକ୍ଟୋବର ୧୮ରେ ସ୍ବତନ୍ତ୍ର ଟାସ୍କଫୋର୍ସର ପୁନର୍ଗଠନ କରିଥିଲେ । ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରିତା ପାଇଁ ଟାସ୍କଫୋର୍ସର ପୁନର୍ଗଠନ କରିଥିଲେ ରାଜ୍ୟ ସରକାର । ଏଥିରେ ବିଭିନ୍ନ ବିଭାଗର ୧୩ ଜଣ ସଦସ୍ୟ ଥିବାବେଳେ ଉନ୍ନୟନ କମିଶନର ରହିଥିଲେ ଏହି ଟାସ୍କଫୋର୍ସର ଅଧ୍ୟକ୍ଷ ।ସ୍କୁଲ ଓ ଗଣଶିକ୍ଷା ବିଭାଗ, ଏସ୍.ସି/ଏସ୍.ଟି ଏବଂ ସଂଖ୍ୟାଲଘୁ ସହ ପଛୁଆବର୍ଗ ଉନ୍ନୟନ ବିଭାଗ, ଅର୍ଥବିଭାଗ, ମହିଳା ଓ ଶିଶୁ ଉନ୍ନୟନ, କ୍ରୀଡ଼ା ଏବଂ ଯୁବ ବ୍ୟାପାର, ଉଚ୍ଚଶିକ୍ଷା, ଓପେପା, ରେଜିଓନାଲ୍ ଇନଷ୍ଟିଚ୍ୟୁଟ୍ ଅଫ ଏଜୁକେସନ୍ ଆଦି ବିଭାଗର ପ୍ରମୁଖ ସଚିବ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ଏହି ଟାସ୍କଫୋର୍ସରେ ସାମିଲ୍ କରାଯାଇଥିଲା ।

Leave a Reply

Your email address will not be published. Required fields are marked *