ଆଜିଠୁ ଦେଶରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ପାର୍ଟ-୨

ଓଡ଼ିଶାରେ ଡେରିହେବ ଆୟୁଷ୍ମାନ ଯୋଜନା

ଆଜିଠୁ ସାରା ଦେଶରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ପାର୍ଟ-୨। ୭୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ମିଳିବ ସ୍ୱାସ୍ଥ୍ୟ ବୀମା। କିନ୍ତୁ ଓଡ଼ିଶାରେ ଯୋଜନା କାର୍ଯ୍ୟକାରୀରେ ହେବ ସାମାନ୍ୟ ବିଳମ୍ବ। କାହିଁକି ନା ଏଯାଏଁ ରାଜ୍ୟରେ ଆୟୁଷ୍ମାନ ଭାରତ ପାଇଁ ମୋଡାଲିଟି ସ୍ଥିର ହୋଇନାହିଁ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ମଙ୍ଗଳବାର ଆୟୁଷ୍ମାନ ଭାରତ ପାର୍ଟ-୨ ଲଂଚ୍ ହେବା ପରେ ଓଡ଼ିଶା ଏହାକୁ କେବଳ ନୀତିଗତ ଭାବେ ଗ୍ରହଣ କରିବ। କିନ୍ତୁ ଚଳିତ ଆର୍ଥିକ ବର୍ଷ ଶେଷ ଆଡକୁ ଯୋଜନା ଲାଗୁ ହୋଇପାରେ। ଏଥିପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଖୁବଶୀଘ୍ର ମୋଡାଲିଟି ପ୍ରସ୍ତୁତ ହେବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ସରିଛି। କେନ୍ଦ୍ର ସରକାରଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି। ଉଭୟ ଆୟୁଷ୍ମାନ ଭାରତ ଏବଂ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଆରୋଗ୍ୟ ଯୋଜନା ପାଇଁ ଗୋଟିଏ କାର୍ଡ ରହିବ। ପ୍ରାୟ ୧ କୋଟି ପରିବାର ଏହି ନୂଆ କାର୍ଡ ପାଇବେ ଏବଂ ଏହାଦ୍ୱାରା ସାଢେ ୩ କୋଟି ଲୋକ ଉପକୃତ ହେବେ। ଆଗରୁ ବିଏସକେୱାଇ କାର୍ଡରେ ମାତ୍ର ୯୫୦ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଥିଲା, କିନ୍ତୁ ନୂଆ କାର୍ଡରେ ସାରା ଦେଶର ୨୭ ହଜାର ହସ୍ପିଟାଲରେ ସ୍ୱାସ୍ଥ୍ୟ ବୀମା ପାଇ ପାରିବେ।

Leave a Reply

Your email address will not be published. Required fields are marked *