ଆଉ ରହିବନି ଆଳୁ ସଙ୍କଟ

ୟୁପିରୁ ଟ୍ରେନରେ ଆସିବ ଆଳୁ

ରାଜ୍ୟରୁ ଖୁବଶୀଘ୍ର ଦୂର ହେବ ଆଳୁ ସଂକଟ। ଉତ୍ତରପ୍ରଦେଶରୁ ଟ୍ରେନ୍‌ ଯୋଗେ ଓଡ଼ିଶା ଆସିବ ଆଳୁ । ଏନେଇ ସୂଚନା ଦେଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଓଡ଼ିଶାରେ ଆଳୁ ସଂକଟ ଦୂର ପାଇଁ ଏ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ୨ଟି ଟ୍ରେନରେ ଆଳୁ ଆଣିବାକୁ ସରକାର ଯୋଜନା କରୁଥିବା କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଯୋଗାଯୋଗ ଚାଲିଥିବା ସେ କହିଛନ୍ତି । ସୂଚନା ଅନୁସାରେ ପ୍ରାୟ ତିନି ସପ୍ତାହ ବିତିଲା ପରେ ମଧ୍ୟ ରାଜ୍ୟରୁ ସଂପୂର୍ଣ୍ଣ ଦୂର ହେଉନି ଆଳୁ ସଙ୍କଟ । ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ପରିମାଣରେ ଆସିପାରୁନି କି ପଶ୍ଚିମବଙ୍ଗରୁ ଆମଦାନୀ ସ୍ବାଭାବିକ ହୋଇନି । ଏପରି ସ୍ଥିତିରେ ବେଙ୍ଗଲରୁ ଲୁଚାଛପାରେ ଆସୁଥିବା ଆଳୁଗାଡ଼ି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଗଳାବାଟରେ ସିସିଟିଭି ଲଗାଇଛନ୍ତି ସେଠାକାର ସରକାର ।