SI ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା, ୧୧୪ ପରୀକ୍ଷାର୍ଥୀଙ୍କୁ ଜାମିନ
SI ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ୧୧୪ ପରୀକ୍ଷାର୍ଥୀଙ୍କୁ ଜାମିନ । ୧୧୪ ପରୀକ୍ଷାର୍ଥୀଙ୍କୁ ଜାମିନ ପ୍ରଦାନ କଲେ ବ୍ରହ୍ମପୁର ସ୍ବତନ୍ତ୍ର କୋର୍ଟ । ପଚାଶ ହଜାର ଟଙ୍କାର ବଣ୍ଡ ଓ ଦୁଇଟି ଜାମିନଦାର ବଦଳରେ ଜାମିନ ମଞ୍ଜୁର ହୋଇଛି । ଏ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିନଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ ଡିଏସପି ରତ୍ନପ୍ରଭା ଶତପଥୀ । ଅନ୍ୟପଟେ ପୋଲିସ ଗିରଫ ପରୀକ୍ଷାର୍ଥୀଙ୍କ ବିରୋଧରେ କୌଣସି ତଥ୍ୟ ପ୍ରଦାନ କରି ନପାରିବାରୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ବୋଲି ସେମାନଙ୍କ କେସ ଲଢ଼ୁଥିବା ଓକିଲ କହିଛନ୍ତି ।ଗତ ୩୦ ତାରିଖରେ ଆନ୍ଧ୍ରପ୍ରଦେଶର ବିଜୟନଗର ଅଭିମୁଖେ ୩ଟି ବସରେ ଯାଉଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ବ୍ରହ୍ମପୁର ଜିଲ୍ଲା ପୋଲିସ ଶ୍ରୀକାକୁଲମ ରାସ୍ତାରୁ ଉଦ୍ଧାର କରି ଫେରାଇ ଆଣିଥିଲା । ତଦନ୍ତ ପରେ ସେମାନେ ଟଙ୍କା ଦେଇ ଅସଦ ଉପାୟରେ ଚାକିରୀ ପାଇବା ପାଇଁ ଉଦ୍ୟମ କରିଥିବା ପୋଲିସ ଜାଣିବା ପରେ ୩ଦଲାଲଙ୍କ ସହ ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଗୋଳନ୍ଥରା ଥାନା ପୋଲିସ ଗତ ୧ ତାରିଖରେ ଗିରଫ କରି ଜେଲ ପଠାଇଥିଲା ।
