ସଡ଼କ ଦୁର୍ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା

ଦୁର୍ଘଟଣାରେ କେବଳ ୨୦୨୩ରେ ଗଡ଼ିଛି ୫୬୯୬ ମୁଣ୍ଡ

ରାଜ୍ୟରେ ବଢୁଛି ସଡ଼କ ଦୁର୍ଘଟଣା। ୨୦୨୩ରେ ସଡ଼କ ଦୁର୍ଘଟଣାରେ ୫ହଜାର ୬୯୬ ଜଣଙ୍କ ଜୀବନ ଯାଇଛି। ଆହତ ହୋଇଛନ୍ତି ୧୦ ହଜାର ୪୧୯। ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ସେ କହିଛନ୍ତି, ୨୦୨୩ରେ ମୋଟ ୧୨ ହଜାର ୫୨ଟି ସଡ଼କ ଦୁର୍ଘଟଣା ହୋଇଛି। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୪୪୮ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ଗତ ୫ ବର୍ଷରେ ୨୬ ହଜାର ୩୧୫ ଜଣ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ସେହିପରି ୫ ବର୍ଷ ମଧ୍ୟରେ ମୋଟ ୫୫ ହଜାର ୫୮୦ ସଡ଼କ ଦୁର୍ଘଟଣା ହୋଇଥିବା ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ବିଭୂତି ଭୂଷଣ ଜେନା। 

Leave a Reply

Your email address will not be published. Required fields are marked *