ପ୍ରବଳ ଖରା ପାଇଁ ଛୁଟି କରିଦେଲେ ସରକାର

୩ ଦିନ ସ୍କୁଲ ବନ୍ଦ

ତାପମାତ୍ରା ଯୋଗୁଁ ୩ ଦିନ ସ୍କୁଲ ବନ୍ଦ । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୧୮ରୁ ୨୦ ତାରିଖ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ । ଆସନ୍ତା ୩ ଦିନ ଯାଏଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବାବେଳେ ଏଭଳି ସ୍ଥିତି ଆସନ୍ତା ୩ ଦିନ ଧରି ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏପରିକି ଏକାଧିକ ଜିଲ୍ଲାରେ ତାପମାତ୍ରା ୪୦ ଉପରେ ରହିବ ଏପରିକି ୪୫ ଡିଗ୍ରୀ ଛୁଇଁବ ବୋଲି ଆକଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଏହି ୩ ଦିନ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ସରକାର । ସେପଟେ ସକାଳ ସାଢ଼େ ୮ରେ ୩୪ ଡିଗ୍ରୀ ଟପିଥିଲା ଅନେକ ସ୍ଥାନର ତାପମାତ୍ରା । ଭବାନୀପାଟଣା ସର୍ବାଧୀକ ୩୪.୮ ଡିଗ୍ରୀ ତାପମାତ୍ରା ହୋଇଥିଲା । ତାଳଚେର ୩୪.୪ ଡିଗ୍ରୀ, ବାଲେଶ୍ୱର ୩୪ ଡିଗ୍ରୀ, ବାରିପଦା ୩୩.୬, ଭୁବନେଶ୍ୱର ୩୩.୪ ଡିଗ୍ରୀରେ ପହଞ୍ଚିଥିଲା ।