ମନ କି ବାତରେ ଆଜି ଓଡ଼ିଆ କ୍ରୀଡ଼ାବିତ୍ ରଶ୍ମିତା ସାହୁଙ୍କ ସହ କଥା ହେଲେ ନରେନ୍ଦ୍ର ମୋଦି

ରଶ୍ମିତାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦିଙ୍କ ମନ କି ବାତର ୧୨୫ତମ ସଂସ୍କରଣ । ମନ କି ବାତରେ ଆଜି ଓଡ଼ିଆ କ୍ରୀଡ଼ାବିତ୍ ରଶ୍ମିତା ସାହୁଙ୍କ ସହ କଥା ହୋଇଛନ୍ତି ନରେନ୍ଦ୍ର ମୋଦି । ନିକଟରେ ଶ୍ରୀନଗରରେ ଅନୁଷ୍ଠିତ ପ୍ରଥମ ଖେଲୋ ଇଣ୍ଡିଆ  ୱାଟର ସ୍ପୋର୍ଟସ ଫେଷ୍ଟିଭାଲରେ ସ୍ବର୍ଣ୍ଣପଦକ ଜିତିଥିଲେ ରଶ୍ମିତା । ରଶ୍ମିତାଙ୍କ ସଂଘର୍ଷ ଓ ସଫଳତା ବିଷୟରେ ପଚାରି ବୁଝିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।  ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇବା ସହ ମଙ୍ଗଳ କାମନା କଲେ ମୋଦି ।