ନକଲି ଜବ୍ କାର୍ଡ ହାତେଇବାରେ ଦ୍ୱିତୀୟ ସ୍ଥାନରେ ଓଡ଼ିଶା
ନକଲି ଜବ୍ କାର୍ଡ ହାତେଇବାରେ ଓଡ଼ିଶା ଦ୍ୱିତୀୟ। ସାଂସଦ ମାଳା ରାୟଙ୍କ ପ୍ରଶ୍ନରେ କମଳେଶ ପାଶୱାନଙ୍କ ଉତ୍ତର। ଲୋକସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ତଥ୍ୟ। ବିହାର ପ୍ରଥମରେ ଓ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ତୃତୀୟ ସ୍ଥାନରେ ଆସାମ, ଚତୁର୍ଥ ଛତିଶଗଡ଼ ରହିଛି। ଓଡ଼ିଶାରେ ୬୬ ଲକ୍ଷରୁ ଅଧିକ ଜବ୍ କାର୍ଡ ପାଇଛନ୍ତି। ସେଥିରୁ ୪୩ ଲକ୍ଷ ଆକ୍ଟିଭ ଅଛନ୍ତି। ୨୦୨୪-୨୫ରେ ୭୫୬୬ ଫେକ୍ କାର୍ଡ ହାତେଇଛନ୍ତି। ଏହି ସମସ୍ତ ନକଲି ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି ।ଓଡ଼ିଶାରେ ମୋଟ ୬୬ ଲକ୍ଷରୁ ଅଧିକ ହିତାଧିକାରୀ ଜବ୍ କାର୍ଡ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ୪୩ ଲକ୍ଷ ଆକ୍ଟିଭ୍ ଅଛନ୍ତି । ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୨୨ରୁ ୨୦୨୫ ମଧ୍ୟରେ ସାରା ଦେଶରେ ୧୧ ଲକ୍ଷରୁ ଅଧିକ ନକଲି ଜବ୍ କାର୍ଡକୁ ବାତିଲ କରାଯାଇଛି । ଏହି ମାମଲାରେ ଉତ୍ତରପ୍ରଦେଶ ଏବଂ ବିହାର ଭଳି ରାଜ୍ୟ ଓଡ଼ିଶାଠାରୁ ଆଗରେ ରହିଛନ୍ତି । ବିଭିନ୍ନ କାରଣରୁ ଯେପରିକି ନକଲି କାର୍ଡ, ନକଲି ହିତାଧିକାରୀ, ପଞ୍ଚାୟତରୁ ସ୍ଥାୟୀ ଭାବେ ସ୍ଥାନାନ୍ତର ହୋଇଥିବା ପରିବାର ଏବଂ ମୃତ ବ୍ୟକ୍ତିଙ୍କ ନାମରେ ଥିବା କାର୍ଡଗୁଡ଼ିକୁ ବାତିଲ କରାଯାଇଥାଏ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
