୨୦୨୪-୨୫ରେ ୭୫୬୬ ଫେକ୍ ଜବ୍ କାର୍ଡ ହାତେଇଛନ୍ତି

ନକଲି ଜବ୍ କାର୍ଡ ହାତେଇବାରେ ଦ୍ୱିତୀୟ ସ୍ଥାନରେ ଓଡ଼ିଶା

ନକଲି ଜବ୍ କାର୍ଡ ହାତେଇବାରେ ଓଡ଼ିଶା ଦ୍ୱିତୀୟ। ସାଂସଦ ମାଳା ରାୟଙ୍କ ପ୍ରଶ୍ନରେ କମଳେଶ ପାଶୱାନଙ୍କ ଉତ୍ତର। ଲୋକସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ତଥ୍ୟ। ବିହାର ପ୍ରଥମରେ ଓ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ତୃତୀୟ ସ୍ଥାନରେ ଆସାମ, ଚତୁର୍ଥ ଛତିଶଗଡ଼ ରହିଛି। ଓଡ଼ିଶାରେ ୬୬ ଲକ୍ଷରୁ ଅଧିକ ଜବ୍ କାର୍ଡ ପାଇଛନ୍ତି। ସେଥିରୁ ୪୩ ଲକ୍ଷ ଆକ୍ଟିଭ ଅଛନ୍ତି। ୨୦୨୪-୨୫ରେ ୭୫୬୬ ଫେକ୍ କାର୍ଡ ହାତେଇଛନ୍ତି। ଏହି ସମସ୍ତ ନକଲି ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି ।ଓଡ଼ିଶାରେ ମୋଟ ୬୬ ଲକ୍ଷରୁ ଅଧିକ ହିତାଧିକାରୀ ଜବ୍ କାର୍ଡ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ୪୩ ଲକ୍ଷ ଆକ୍ଟିଭ୍‌ ଅଛନ୍ତି । ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୨୨ରୁ ୨୦୨୫ ମଧ୍ୟରେ ସାରା ଦେଶରେ ୧୧ ଲକ୍ଷରୁ ଅଧିକ ନକଲି ଜବ୍ କାର୍ଡକୁ ବାତିଲ କରାଯାଇଛି । ଏହି ମାମଲାରେ ଉତ୍ତରପ୍ରଦେଶ ଏବଂ ବିହାର ଭଳି ରାଜ୍ୟ ଓଡ଼ିଶାଠାରୁ ଆଗରେ ରହିଛନ୍ତି । ବିଭିନ୍ନ କାରଣରୁ ଯେପରିକି ନକଲି କାର୍ଡ, ନକଲି ହିତାଧିକାରୀ, ପଞ୍ଚାୟତରୁ ସ୍ଥାୟୀ ଭାବେ ସ୍ଥାନାନ୍ତର ହୋଇଥିବା ପରିବାର ଏବଂ ମୃତ ବ୍ୟକ୍ତିଙ୍କ ନାମରେ ଥିବା କାର୍ଡଗୁଡ଼ିକୁ ବାତିଲ କରାଯାଇଥାଏ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।