କନ୍ଦାଉଛନ୍ତି ଅଦା ଓ ଟମାଟୋ
ଖାଉଟିଙ୍କୁ ସାମାନ୍ୟ ଆଶ୍ବସ୍ତି । ଲଗାତାର ଦର ବୃଦ୍ଧିରେ ଲାଗିଛି ଛୋଟ ବ୍ରେକ୍ । କିଛିଦିନ ଧରି ପରିବା ଦର ଅଧିକ ଥିବାବେଳେ ଆଜି କିଛି ପରିଵା ଦର କମିଛି | କିନ୍ତୁ ଅହେତୁକ ଭାବେ ବୃଦ୍ଧି ପାଇଥିବା ଅଦା ଓ ଟମାଟୋ ଦର କିନ୍ତୁ ଚଢା ରହିଛି । କଟକ ଛତ୍ରଵଜାରରେ କଖାରୁ କିଲୋଗ୍ରାମ ପିଛା ୨୦ ଟଙ୍କା, ଭେଣ୍ଡି କିଲୋଗ୍ରାମ ପିଛା ୪୦ ଟଙ୍କା, ଅମୃତଭଣ୍ଡା କିଲୋଗ୍ରାମ ପିଛା ୩୦ ଟଙ୍କା, ଗାଜର କିଲୋଗ୍ରାମ ପିଛା ୪୦ ଟଙ୍କା, ସଜନା ଛୁଇଁ କିଲୋଗ୍ରାମ ପିଛା ୬୦ ଟଙ୍କା, ବାଇଗଣ କିଲୋଗ୍ରାମ ପିଛା ୩୦ରୁ ୪୦ ଟଙ୍କା, କୁନ୍ଦୁରି କିଲୋଗ୍ରାମ ପିଛା ୨୦ ଟଙ୍କା, କୋଶଳା ବିଡା ପିଛା ୧୦ ଟଙ୍କା, ଝୁଡୁଙ୍ଗ କିଲୋଗ୍ରାମ ପିଛା ୪୦ ଟଙ୍କା, କଲରା କିଲୋଗ୍ରାମ ପିଛା ୪୦ରୁ୫୦ ଟଙ୍କା, କାଙ୍କଡ କିଲୋଗ୍ରାମ ପିଛା ୩୦ ଟଙ୍କା, ସାରୁ କିଲୋଗ୍ରାମ ପିଛା ୫୦ ଟଙ୍କା, ଵନ୍ଧାକୋଵି କିଲୋଗ୍ରାମ ପିଛା ୩୦ ଟଙ୍କାକୁ କମିଛି | କିନ୍ତୁ ଟମାଟୋ, ଅଦା, ଲଙ୍କା ଦାମ୍ ଅପରିବର୍ତ୍ତିତ ରହିଛି | ଟମାଟୋ କିଲୋଗ୍ରାମ ପିଛା ୧୪୦ ଟଙ୍କା ଥିବାବେଳେ ଅଦା କିଲୋଗ୍ରାମ ପିଛା ୨୪୦ ଟଙ୍କା ରହିଛି | ଟମାଟୋ ମୂଲ୍ୟ ସାଧାରଣତଃ ଜୁଲାଇ-ଅଗଷ୍ଟ ଏବଂ ଅକ୍ଟୋବର-ନଭେମ୍ବର ମଧ୍ୟରେ ଅଧିକ ରହିଥାଏ। କିନ୍ତୁ ଚଳିତବର୍ଷ ମୌସୁମୀ ବର୍ଷା ଜନିତ ଅସୁବିଧା କାରଣରୁ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ମୂଲ୍ୟ ଅତ୍ୟଧିକ ବଢ଼ିଯାଇଛି।