୮ ବର୍ଷ ଭିତରେ ମରିଲେଣି ୬୯୮ଟି ହାତୀ  

ସଙ୍କଟରେ ରାଜ୍ୟର ବାଘ ଓ ହାତୀ ବଂଶ

ସଙ୍କଟରେ ରାଜ୍ୟର ବାଘ ଓ ହାତୀ ବଂଶ । ୮ ବର୍ଷ ଭିତରେ ଗଲାଣି ୬୯୮ଟି ହାତୀଙ୍କ ଜୀବନ । ତେଣେ ୪୮ଟି କଲରାପତରିଆ, ୭ଟି ମହାବଳ ବାଘଙ୍କର ବି ଯାଇଛି ଜୀବନ । ରେଳ ଦୁର୍ଘଟଣା, ବିଦ୍ୟୁତ ଅଘାତ, ଶିକାର ଓ ବିଷ ପ୍ରୟୋଗ ଏହି ମୃତ୍ୟୁର ପ୍ରମୁଖ କାରଣ । ୨୦୧୫ରୁ ୨୦୨୩ ଭିତରେ କେତେ ସଂଖ୍ୟକ ହାତୀ ଓ ବାଘଙ୍କ ମୃତ୍ୟୁ ହେଲାଣି କେଉଁ କାରଣ ପାଇଁ ହାତୀ ଓ ବାଘଙ୍କର ମୃତ୍ୟୁ ହେଉଛି ସେନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ବିଧାୟକ ପ୍ରଫୁଲ୍ଲ ସାମଲ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଏହାର ଉତର ରଖିଥିଲେ । ହାତୀ ଓ ବାଘଙ୍କ ଅପମୃତ୍ୟୁ ନିରାକରଣ ପାଇଁ ସେମାନଙ୍କ ବାସସ୍ଥଳୀର ସୁରକ୍ଷା ଓ ସମୃଦ୍ଧି, ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ତୃଣଭୋଜି ପ୍ରାଣୀଙ୍କ ବୃଦ୍ଧି ପାଇଁ ଚାରଣ ଭୁଇଁର ବିକାଶ, କୃତିମ ଜଳାଶୟ ସୃଷ୍ଟି ଓ ଜଙ୍ଗଲ ନିଆଁର ପ୍ରତିରୋଧ ଉପରେ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ପ୍ରଦୀପ ଅମାତ ।