ଓଡ଼ିଶାରେ ଅଛନ୍ତି ମୋଟ୍ ୬୯୬ କଲରାପତରିଆ ବାଘ

ଓଡ଼ିଶାରେ ଅଛନ୍ତି ମୋଟ୍ ୬୯୬ କଲରାପତରିଆ ବାଘ

ଓଡ଼ିଶାରେ ଅଛନ୍ତି ମୋଟ୍ ୬୯୬ କଲରାପତରିଆ ବାଘ । ରାଜ୍ୟର ପ୍ରଥମ କଲରାପତରିଆ ଗଣନା ରିପୋର୍ଟରୁ ଆସିଛି ଏହି ତଥ୍ୟ । ଚଳିତ ଥର ନିଜସ୍ୱ କଲରାପତରିଆ ଗଣନା କରିଛି ବନବିଭାଗ । NTCA ରିପୋର୍ଟ ଅନୁସାରେ ୨୦୨୨ରେ ଥିଲେ ୫୬୮ କଲରାପତରିଆ । ୨୦୧୮ରେ କଲରାପତରିଆ ବାଘ ସଂଖ୍ୟା ଥିଲା ୭୬୦ ।ବନ୍ୟପ୍ରାଣୀ ପିସିସିଏଫ କହିଛନ୍ତି, ୨୦୧୮ ଓ ୨୦୨୨ରେ NTCAର ଗଣନା ଷ୍ଟାଟିଷ୍ଟିକଲ ମଡେଲ ଥିଲା । ସେମାନେ ଶିମିଳିପାଳ ଓ ସାତକୋଶିଆ ଭଳି ସୀମିତ ସ୍ଥାନରେ କ୍ୟାମେରା ଲଗାଉଥିଲେ । ରାଜ୍ୟ ସରକାରଙ୍କ ନିଜସ୍ୱ କଲରାପତରିଆ ଗଣନା ବେଳେ ୪୭ଟି ଡିଭିଜନରେ କ୍ୟାମେରା ଲଗାଯାଇଥିଲା । ଏଥର କ୍ୟାମେରା ଟ୍ରାପରେ ୨୮୪ରୁ ୨୯୬ ୟୁନିକ କଲରାପତରିଆ ଚିହ୍ନଟ ହୋଇଛନ୍ତି । କିନ୍ତୁ NTCAର ୟୁନିକ୍ କଲରାପତରିଆ ସଂଖ୍ୟା ୧୦୦ ତଳେ ଥିଲା । ଶିମିଳିପାଳ ଅଭୟାରଣ୍ୟ ଥିବା ମୟୂରଭଞ୍ଜ- କେନ୍ଦୁଝର ଲ୍ୟାଣ୍ଡସ୍କେପରେ ସର୍ବାଧିକ ୨୦୦ କଲରାପତରିଆ ବାଘ ଅଛନ୍ତି । ସାତକୋଶିଆ- ଆଠମଲ୍ଲିକ- ବୌଦ୍ଧ ଲ୍ୟାଣ୍ଡସ୍କେପରେ ୧୫୦ରୁ ୧୬୦, ହୀରାକୁଦ- ରେଢ଼ାଖୋଲ- ସମ୍ବଲପୁର ଲ୍ୟାଣ୍ଡସ୍କେପରେ ୭୦ରୁ ୮୦, ଖରିଆର- ସୁନାବେଡ଼ା ଅଞ୍ଚଳରେ ୪୦-୫୦ ପାଖାପାଖି ଓ ଢ଼େଙ୍କାନାଳ ଅଞ୍ଚଳରେ ୨୦ ପାଖାପାଖି କଲରାପତରିଆ ବାଘ ଅଛନ୍ତି ।

Leave a Reply

Your email address will not be published. Required fields are marked *