ଏନକାଉଣ୍ଟର ୭ ନକ୍ସଲ ମୃତ
ଛତିଶଗଡ-ଦନ୍ତେୱାଡା ଜିଲାର ସୀମାରେ ସୁରକ୍ଷାକର୍ମୀ -ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ଏହି ଗୁଳି ବିନିମୟରେ ୭ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ନକ୍ସଲ ବିରୋଧୀ ଅପରେସନରେ ନାରାୟଣପୁର, ଦନ୍ତେୱାଡା, ଜଗଦଲପୁର ଆଦି ଅଞ୍ଚଳରେ ଡିଆରଜି ସହ ଏସଟିଏଫ-ସିଆରପିଏଫ ଟିମ୍ ଦକ୍ଷିଣ ଅବୁଝମାଡ ଜଙ୍ଗଲ କ୍ଷେତ୍ରରେ ଯାଇଥିଲେ । ଏଠାରେ ଗୁରୁବାର ସକାଳୁ ହିଁ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ନକ୍ସଲଙ୍କ ଗୁଳି ବିନିମୟ ପରେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ଚାଳନାରେ ୭ ନକ୍ସଲ ନିହତ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ତଲାସି ଅଭିଯାନ ଜାରି ରହିଛି ।