ମଠ ମନ୍ଦିର ପାଇଁ ଆସିବ ନୂଆ ଯୋଜନା
ମଠ ମନ୍ଦିର ସୁରକ୍ଷା ପାଇଁ ସରକାର ଆଣିବେ ଦେବାଳୟ ଯୋଜନା । ରକ୍ଷଣ ବେକ୍ଷଣ ସହ ପରିଚଳନା ସମସ୍ୟା ସମାଧାନ ପାଇଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର । ଦେବାଳୟ ପ୍ରକଳ୍ପ ସମ୍ଭାବନା ନାଁରେ ଏକ ନୂଆ ଯୋଜନା ଆଣୁଛନ୍ତି ସରକାର । ପରିଚାଳନା ଦୃଷ୍ଟି କୋଣରୁ ଏବଂ ମନ୍ଦିର ଗୁଡିକରେ ଆସୁଥିବା ସମସ୍ୟାର ସମାଧାନ ପାଇଁ ଯେଉଁ ସହାୟତାର କଥା ଆସୁଛି ସେନେଇ ଗଭୀରତାର ସହ ଚିନ୍ତା କରାଯାଉଛି । ଏନେଇ ବ୍ଲୁ ପ୍ରିଣ୍ଟ ତିଆରି କରୁଛନ୍ତି ସରକାର । ପୂର୍ବ ସରକାରରେ ଅବଢ଼ା ଯୋଜନାରେ କେବଳ ମରାମତି କଥା ରହିଥିଲା କିନ୍ତୁ ଏହି ଯୋଜନାରେ ଅନେକ କଥା ଅଛି । ପ୍ରାଥମିକ ଭାବେ ଯେଉଁ ସ୍ଥାନରେ ମରାମତି, ରକ୍ଷଣ ବେକ୍ଷଣ, ପରିଚାଳନା ସମସ୍ୟା ସମାଧାନ ବ୍ୟବସ୍ଥା ରହିଛି । ସେଥିପାଇଁ ଯାହା ଯାହା ଆବଶ୍ୟକ ସରକାର ନିଶ୍ଚିତ ଭାବେ ସେକଥାକୁ ପ୍ରାଥମିକତା ଦେଇ କରିବେ । ଓଡ଼ିଶାର ସଂସ୍କୃତି ଯେଉଁ ମଠ ମନ୍ଦିର ସହ ଜଡ଼ିତ, ତାର ସୁରକ୍ଷା ଆମର ପ୍ରାଥମିକତା ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।