ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ହେବ ମାନ ଯାଞ୍ଚ

‘ଶ୍ରୀମନ୍ଦିରରେ ଯାଞ୍ଚ ହେବ ଅବଢ଼ାର ମାନ’

ଶ୍ରୀମନ୍ଦିର ଅବଢ଼ାର ମାନ ଯାଞ୍ଚ ହେବ । ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମାନ ଯାଞ୍ଚ କରିବା ପାଇଁ ଫୁଡ୍‌ ଇନ୍ସପେକ୍ଟର ନିଯୁକ୍ତ ହେବେ ବୋଲି କହିଛନ୍ତି ମନ୍ତ୍ରୀ । ଶ୍ରୀମନ୍ଦିରରେ ଫୁଡ୍‌ ଇନ୍ସପେକ୍ଟର ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ସରିଛି । କେବଳ ଅବଢ଼ା ନୁହେଁ, ଘିଅର ମାନ ମଧ୍ୟ ଯାଞ୍ଚ କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ। ସୂଚନା ଅନୁସାରେ ତିରୁପତିରେ ପଶୁ ଚର୍ବିଯୁକ୍ତ ଘିଅରେ ପ୍ରସ୍ତୁତ ଲଡୁ ଚିହ୍ନଟ ହେବାପରେ ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନକୁ ନେଇ ପ୍ରଶ୍ନ ଉଠିଛି। ମହାପ୍ରସାଦ ଶୁଦ୍ଧ ଘିଅରେ ପ୍ରସ୍ତୁତ ହେଉଛି କି ନାହିଁ ସେନେଇ ମାନ ପରୀକ୍ଷା କରିବାକୁ ଆଇନଜୀବୀ ଦିଲୀପ ବରାଳ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ସେହିପରି ଶ୍ରୀମନ୍ଦିରରେ ବ୍ୟବହୃତ ଦୀପରେ ନକଲି ଘିଅ ଓ ମହାପ୍ରସାଦରେ ନକଲି ଘିଅର ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ ଆଇନଜୀବୀ ଦିଲୀପ ବରାଳ । ତେବେ ୨୦୧୯ରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ଆନନ୍ଦବଜାର ଭିତରେ ପରିଷ୍କାର ପରିଚ୍ଛନ୍ନ ପରିବେଶରେ ମହାପ୍ରସାଦ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *