ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର

ବଢ଼ିଲା ଶ୍ରମିକଙ୍କ ମଜୁରୀ

ଶ୍ରମିକଙ୍କ ପାଇଁ ଖୁସି ଖବର । ବଢ଼ିଲା ଶ୍ରମିକଙ୍କ ମଜୁରୀ । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର । ୪ଟି ବର୍ଗର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବଢାଇଲେ ସରକାର । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୫୨ରୁ ୪୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଅର୍ଦ୍ଧକୁଶଳୀଙ୍କ ୩୯୨ରୁ ୫୦୦କୁ, କୁଶଳୀଙ୍କ ୪୪୨ରୁ ୫୫୦କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଅତ୍ୟନ୍ତ କୁଶଳୀ ଶ୍ରମିକଙ୍କ ମଜୁରୀ ୫୦୨ରୁ ୬୦୦ ଟଙ୍କାକୁ ବୃଦ୍ଧି ହୋଇଛି । ଆଜି ସକାଳେ ରାଜ୍ୟ ସରକାରୀ କର୍ମଚାରୀଙ୍କ ଡିଏ ୪% ବଢାଇଥିଲେ । ବର୍ଦ୍ଧିତ ଡିଏ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ ବୋଲି ଜଣା ପଡ଼ିଛି । ୪.୫ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନ୍‌ସନ୍‌ଧାରୀ ଉପକୃତ ହେବେ । ରାଜ୍ୟ କର୍ମଚାରୀଙ୍କ ଡିଏ ୪୬%ରୁ ବଢ଼ି ୫୦% ହୋଇଛି । ନିର୍ବାଚନକୁ ଆଖି ଆଗରେ ରଖି ଦରମା ବଢ଼ାଇ ଚାଲିଛନ୍ତି ସରକାର । ପ୍ରଥମେ ଫ୍ରି’ ସ୍କିମ୍ ବର୍ଷା କରିଥିଲେ । ଆଉ ଏବେ ଦରମା ବଢ଼ାଇ ଚାଲିଛନ୍ତି ସରକାର ।