ବଢିଲା ମେୟରଙ୍କ ଦରମା

ମେୟର ପାଇବେ ୫୦ ହଜାର

ବଢିଲା ମେୟରଙ୍କ ଦରମା । ୫୦ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଡେପୁଟି ମେୟରଙ୍କ ଦରମା ୨୦ହଜାର ଟଙ୍କା, ପୌରପରିଷଦ ଅଧ୍ୟକ୍ଷଙ୍କ ଦରମା ୧୫ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ପୌରପରିଷଦ ଉପାଧ୍ୟକ୍ଷ ପାଇବେ ୧୦ ହଜାର ଟଙ୍କା । ଏନଏସି ଅଧ୍ୟକ୍ଷଙ୍କ ଦରମା ୧୦ ହଜାର, ଉପାଧ୍ୟକ୍ଷ ପାଇବେ ୭,୫୦୦ । ମହାନଗର ନିଗମ କର୍ପୋରେଟରଙ୍କ ବୈଠକ ଭତ୍ତା ୨୦୦୦କୁ ବୃଦ୍ଧି କରାଯାଇଛି । ପୌରପରିଷଦ, ଏସଏସି କାଉନସିଲରଙ୍କ ଭତ୍ତା ୫୦୦ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ମହାନଗର ନିଗମ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କୁ ଦୈନିକ ୨୦୦ ଟଙ୍କା ଭତ୍ତା ମିଳିବ ବୋଲି ଘୋଷଣା କରାଯାଇଛି ।