୨୨ରୁ ଅଗ୍ନିଶମ ସେବାସଂସ୍ଥା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଆସନ୍ତା ଫେବୃୟାରୀ ୨୨ ତାରିଖଠାରୁ ଓଡ଼ିଶା ଅଗ୍ନିଶମ ସେବାର ପ୍ରାୟ ୫୦୦୦ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। ସୋମ‌ବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କର୍ମଚାରୀ ଅକ୍ଷୟ କୁମାର ପ୍ରଧାନ ଏନେଇ ସୂଚନା ଦେଇଛନ୍ତି । ବିଭାଗର ୧୩ଟି (ପଦବୀ) ସ୍ତରରୁ ୧୧ଟି ସ୍ତରରେ ଓଡ଼ିଶା ପୁଲିସ କର୍ମଚାରୀଙ୍କ ଭଳି ସମାନ ଦରମା ପାଉଛନ୍ତି । ୨ଟି ସ୍ତରର କର୍ମଚାରୀମାନେ କମ ଦରମାରେ କାମ କରୁଛନ୍ତି। ସମାନ ସ୍ତରର ଦରମା ପାଇବା ପାଇଁ ଉକ୍ତ କର୍ମଚାରୀମାନେ ଦାବି କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ଦାବି ପୂରଣ ନ ହେଲେ ଆସନ୍ତା ୨୨ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁ ବାଧ୍ଯ ହେବୁ ବୋଲି କର୍ମଚାରୀମାନେ କହିଛନ୍ତି।ଅଭିଯୋଗ ଅନୁସାରେ, ଗତ ୧୯୮୦ରୁ କର୍ମଚାରୀମାନଙ୍କ ଏକ ସଂଘ କାର୍ଯ୍ୟ କରୁଥିଲା। ୨୦୧୪ରୁ ସଂଘ ପଞ୍ଜୀକରଣକୁ ବାତିଲ କରାଯାଇ ଯାଇଛି। ସଂଘକୁ ପଞ୍ଜିକୃତ କରିବା ପାଇଁ କର୍ମଚାରୀମାନେ ଦାବି କରିଛନ୍ତି । ଏଥିସହ ଏଥିସହ ଆଗ୍ନିକ ଓ ଆଗ୍ନିକ ଚାଳକ, ମୁଖ୍ୟ ଆଗ୍ନୀକ ଓ ମୁଖ୍ୟ ଆଗ୍ନିକ ଚାଳକ କମ୍ ବେତନ ପାଉଛନ୍ତି । ସେମାନଙ୍କ ପଦବି ସ୍ତରରେ ମଧ୍ଯ କମ୍ ରହିଛି। ଲେବଲ ବୃଦ୍ଧି କରିବା ସହ ସମାନ ଦରମା ପାଇବା ପାଇଁ କର୍ମଚାରୀମାନେ ୨୦୨୩ ଡିସେମ୍ବର ୧୧ରୁ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିଥିଲେ।ସରକାରୀ ସ୍ତରରୁ କୌଣସି ଆଶ୍ବାସନା ମିଳି ନଥୁବାରୁ କର୍ମଚାରୀମାନେ ଅସନ୍ତୋଷକୁ ପରିପ୍ରକାଶ କରିବା ପାଇଁ ଆସନ୍ତା ୨୧ ତାରିଖ ଠାରୁ କାର୍ଯ୍ୟରେ ଯୋଗ ନଦେବା ଭଳି ସେମାନେ ଦୃଢ଼ ନିଷ୍ପତ୍ତି ନେଇଛନ୍ତି ।