ନିଯୁକ୍ତି ପରୀକ୍ଷାରେ ଗଫଲତି କଲେ ଜେଲ୍
ନିଯୁକ୍ତି ପରୀକ୍ଷାରେ ଗଫଲତି କଲେ ଜେଲ୍। ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଜେଲ୍ ଓ ଜରିମାନା ହେବ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି । ଦୋଷୀଙ୍କୁ ୫ ବର୍ଷ ଜେଲ୍ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ହେବ । ପରୀକ୍ଷା କରୁଥିବା ସର୍ଭିସ ପ୍ରୋଭାଇଡରଙ୍କୁ ବି ୧ କୋଟି ଟଙ୍କା ଜରିମାନା କରାଯିବ । ଏହି ନିୟମ OPSC,OSSC,OSSSC ଆଦି ପରୀକ୍ଷା ପାଇଁ ଲାଗୁ ହେବ ବୋଲି ସୂଚନା ମିଳିଛି ।