ଲୋକପ୍ରିୟ ତାଲିକାରେ ନବୀନ ପଟ୍ଟନାୟକ ଶୀର୍ଷରେ

୧ନଂ ମବୀନ ପଟ୍ଟନାୟକ, ଦ୍ୱିତୀୟରେ ଯୋଗୀ ଆଦିତ୍ୟ ନାଥ

ଲୋକପ୍ରିୟତାରେ ପୁଣି ୧ନଂ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଲୋକପ୍ରିୟତାରେ ସବୁଠୁ ଆଗରେ । ଇଣ୍ଡିଆ ଟୁଡେ ମୁଡ ଅଫ ଦ ନେଶନ ସର୍ଭେରେ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି । ସର୍ଭେ ଅନୁଯାୟୀ, ନବୀନଙ୍କୁ ରାଜ୍ୟର ୫୨.୭% ଲୋକେ ପସନ୍ଦ କରୁଛନ୍ତି । ଓଡ଼ିଶାରେ ସର୍ଭେ ଟିମ ୩୭୬୦ଜଣଙ୍କ ମତ ନେଇଥିଲା । ସେଥିରୁ ୫୨.୭% ଲୋକେ ନବୀନଙ୍କ କାମରେ ବେଶ ସନ୍ତୁଷ୍ଟ ଥିବା ଜଣାପଡିଛି। ସରକାର ବିରୋଧୀ ହାୱାକୁ ବାରମ୍ବାର ମାତ ଦେଇ ଲଗାତାର ୫ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ନିଜ ରାଜ୍ୟରେ ଲୋକପ୍ରିୟତା ମାମଲାରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏଥର ମଧ୍ୟ ନବୀନ ପଟ୍ଟନାୟକ ପଛରେ ପକାଇ ଦେଇଛନ୍ତି । ନିକଟରେ ପ୍ରକାଶ ପାଇଥିବା ସର୍ଭେ ରିପୋର୍ଟରେ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ୫୨ ଦଶମିକ ୭ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ଏହି ସର୍ଭେରେ ଓଡ଼ିଶାର ୩ହଜାର ୭୬୦ ଜଣ ଲୋକଙ୍କ ମତାମତ ନିଆଯାଇଥିଲା । ତେବେ ୨୦୨୩ ତୁଳନାରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା କମିଛି । ୨୦୨୩ରେ ନବୀନଙ୍କୁ ୬୧ ଦଶମିକ ୩ ପ୍ରତିଶତ ଲୋକ ପସନ୍ଦ କରିଥିବା ବେଳେ ୨୦୨୪ରେ ୫୨ ଦଶମିକ ୭ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀଙ୍କ କାମରେ ସନ୍ତୋଷ ପ୍ରକାଶ କରିଛନ୍ତି । ତାଲିକାର ଦ୍ୱିତୀୟ ସ୍ଥାନରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ରହିଛନ୍ତି । ତାଙ୍କୁ ଉତରପ୍ରଦେଶର ୫୧ ଦଶମିକ ୩ ପ୍ରତିଶତ ଲୋକ ପସନ୍ଦର ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି । ତୃତୀୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରହିଛନ୍ତି, ତାଙ୍କୁ ଆସମାର ୪୮ ଦଶମିକ ୬ ପ୍ରତିଶତ ଲୋକ ପସନ୍ଦର ମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତି । ତାଲିକାର ଚତୁର୍ଥରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପିନ୍ଦ୍ର ଭାଇ ପଟେଲ, ପଂଚମରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ, ଷଷ୍ଠରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ରହିଛନ୍ତି । ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଦଶମ ସ୍ଥାନରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।